ଅନୁଭବ ଅନୁଭୂତିରୁ ସାମ୍ବାଦିକତା । @ସଦାଶିବପଣ୍ଡା
By - Sadashiba Panda , 12:00 pm
ବ୍ୟୁରୋ : (୦୯/୦୪) - ବଡ଼ମ୍ବା - ଭାରତୀୟ ଗଣତନ୍ତ୍ରର ଚତୁର୍ଥସ୍ଥମ୍ବ ଭାବେ ବୈଧାନିକ ମାନ୍ୟତା ପାଇଛି ଗଣମାଧ୍ୟମ । ହେଲେ ନିଜ ନିଜର ଦାୟିତ୍ୱ, କର୍ତ୍ତବ୍ୟ ଓ କାର୍ଯ୍ୟଶୈଳୀରୁ ଏବେବି ସମାଜରେ ଘୃଣିତ, ଉପେକ୍ଷିତ ଗଣମାଧ୍ୟମ ପ୍ରତିନିଧି !!
ତଥାପି ବି ଆଜିର ଦିନରେ କେତେକ ହାତଗଣତି ଗଣମାଧ୍ୟମ ପ୍ରତିନିଧିମାନେ ନିଜ ନିଜର ଅସ୍ତିତ୍ବ ପାଇଁ ଏବଂ ସାମାଜିକ ନିରାପତ୍ତା, ସାମଗ୍ରିକ ବିକାଶ ଓ ସାର୍ବଭୌମ ରାଷ୍ଟ୍ର ଗଠନ ସହିତ ପରିବେଶ/ପାରିପାର୍ଶ୍ବିକ ଉନ୍ନୟନ ଦିଗରେ ଅହରହ ଚେଷ୍ଟିତ କିଛି ମାତ୍ର ନିର୍ଭୀକ/ନିରପେକ୍ଷ/ନିସ୍ଵାର୍ଥପର ସମ୍ବାଦଦାତା ।।
କହିବାର ଅଭିପ୍ରାୟ ହେଲା , ମୁଁ ସଦାଶିବ ପଣ୍ଡା, ବିଧିବଦ୍ଧ ଭାବେ ସରକାରୀ ସ୍ବୀକୃତିପ୍ରାପ୍ତ ଏକ ଓ୍ବେବ ଚାନେଲ (ଗଡ଼ଜାତ ନ୍ୟୁଜ)(Company Name -gadajat news pvt.ltd) ର ସମ୍ପାଦକ ଏବଂ ଆମ ଅଞ୍ଚଳରେ ବେଶ୍ ପରିଚିତ/ଜଣାଶୁଣା ନିର୍ଭୀକ ସମ୍ବାଦଦାତା ଏବଂ ସୁଚନା ଅଧିକାର କର୍ମୀ । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ, ସରକାରୀ ତଥା ରାଜନୈତିକ ସଭାସମିତିରେ ସାମିଲ୍ ହୋଇ ପରୋକ୍ଷ/ପ୍ରତ୍ୟକ୍ଷ ଭାବେ ଅନୁଭବ କରିଛି ଯେ, ଏକାଧିକ ସ୍ଥାନରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଡକା ଯାଉଥିଲେ ମଧ ସମ୍ବାଦ ପରିବେଷଣ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉନାହିଁ ଅବା କିଛି ଅମାନବିକ ସ୍ବଭାବର ବ୍ୟକ୍ତି ଅନାବଶ୍ୟକ ସ୍ଥଳେ ସାମ୍ବାଦିକ ମାନଙ୍କୁ ଆକ୍ଷେପ ପ୍ରତ୍ୟାକ୍ଷେପ କରୁଥିଲେ ବି ଉପସ୍ଥିତ ସାମାଜିକ ଦାୟିତ୍ବବୋଧତାରୁ ବହୁ ଦୁରରେ ଥିବା କିଛି ଅନାମଧେୟ ସାମ୍ବାଦିକ/ସାମ୍ବାଦିକତା ବୃତ୍ତିରେ ଠିକାଦାର ସାଜିଥିବା ବ୍ୟକ୍ତିମାନେ ନିରବଦ୍ରଷ୍ଟା ସାଜିବାକୁ ଶ୍ରେୟ ମଣୁଛନ୍ତି । ଏହା କେବଳ ଉଚିତ କଥା କହି ଲଜ୍ଜିତ/ଲାଞ୍ଛିତ ହେଉଥିବା ଜଣେ ଯେ ସାମ୍ବାଦିକର ମହତ୍ତ୍ଵ/ଗୁରୁତ୍ବ ର ମାନ କ୍ଷୁର୍ଣ୍ଣ କରୁନାହିଁ ସମଗ୍ର ସାମ୍ବାଦିକତା ଜଗତର ଗାରିମା କ୍ଷୁର୍ଣ୍ଣ କରୁଛି ଯାହାକି ସେମାନେ କେବଳ ନିଜର ନ୍ୟସ୍ତସ୍ବାର୍ଥ/ବୃତ୍ତି ଏ ମୋ ପୋଶେ କୁଟୁମ୍ବ ନୀତିରେ ହସିହସି ସହୁଛନ୍ତି ବୋଧହୁଏ ମନେହେଉଛି ।।
ପ୍ରଥମେ ନିଜେ ବଦଳିବାକୁ ଚେଷ୍ଟା କରିବୁ ତା'ପରେ ସମ୍ମାନ ରକ୍ଷା ପାଇଁ ଚେଷ୍ଟା କରିବା ।।
🙏 ଜୟ ଜଗନ୍ନାଥ🙏
ଖରାପ ଲାଗିଲେ ବି ଅପ୍ରିୟ ସତ୍ୟ ହିଁ ଚିରନ୍ତନ ସୁଖ
facebook.com/gadajatnews
YouTube.com/gadajatnews
twitter.com/gadajatnews
Comments
Post a Comment