Posts

କାଲି ଭାଙ୍ଗିବ ବୈକୁଣ୍ଠ ଧାମ !!!

Image
By - Sadashiba Panda  ,,    08:36 pm ଭୁବନେଶ୍ବର : ଆସନ୍ତକାଲି ଭଙ୍ଗାଯିବ ବୈକୁଣ୍ଠଧାମ ଆଶ୍ରମ । ମାଟିରେ ମିଶିବ ଖଣ୍ଡଗିରି ସ୍ଥିତ କୁନି ସାରଥୀଙ୍କ ବୈକୁଣ୍ଠଧାମ ଆଶ୍ରମ । ବିଡିଏର ପକ୍ଷରୁ କରାଗଲା ଘୋଷଣା । ଆସନ୍ତାକାଲି ସକାଳ ୦୮ ରୁ ଭଙ୍ଗାଯିବା ପ୍ରକ୍ରିୟା ଆରମ୍ଭ ହେବ । ଡାକବାଜି ଯନ୍ତ୍ରରେ ଆଶ୍ରମ ଖାଲି କରିବାକୁ ବିଡିଏ ପକ୍ଷରୁ ପ୍ରଚାର କରାଯାଇଛି । ବିବାଦ ସୃଷ୍ଟି ପରେ ସରକାରୀ ଜମିରେ ଆଶ୍ରମ ରହିଛି କି ନାହିଁ ତାହା ମାପଚୁପ କରିଥିଲା ବିଡିଏ ।। ସୂଚନାଯୋଗ୍ୟ, ଜଣେ ପିଲାକୁ କୁନି ସାରଥୀ ଭାବେ ବସାଇ ଆଶ୍ରମରେ ତାଙ୍କୁ କଳକୀ ଅବତାର ବୋଲି ଦର୍ଶାଯାଇଥିଲା । ପିଲାର ଗୋଡ଼ରେ ତୁଳସୀ ଦିଆଯିବା ଫଟୋ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଥିଲା ।।

ଯାଜପୁର - ଧର୍ମଶାଳା ବିଧାୟକ ହିମାଂଶୁ ସାହୁ (ଲିକୁ) ଙ୍କୁ ଆକ୍ରମଣ !!!!

Image
By - Sadashiba Panda  ,,    08:50 pm ଗଡ଼ଜାତ ବ୍ୟୁରୋ (୨୦/୧୧) : ଯାଜପୁର ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ ସାହୁ)ଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଯାଜପୁର ବୁଢ଼ାଘାଟରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ପ୍ରଣବ ପ୍ରକାଶ ଦାସଙ୍କ ଓରଫ୍ ବବି ଦାସଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଲିକୁ ସାହୁ । ପ୍ରତିବାଦରେ ବିଧାୟକଙ୍କ ସମର୍ଥକ ରାସ୍ତାରୋକ କରିଥିବା ଜଣାପଡିଛି ।। ମିଳିଥିବା ସୂଚନା ଅନୁସାରେ, ବିଧାୟକ ହିମାଂଶୁ ସାହୁ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ହଠାତ୍ କିଛି ଲୋକ ଆସି ତାଙ୍କ  ଉପରେ ଅତର୍କିତ ଆକ୍ରମଣ କରିଥିଲେ । ତାଙ୍କ ଗାଡି ଭଙ୍ଗାରୁଜା କରିବା ସହିତ ବବି ଦାସ ପଠାଇଥିବା କହିଥିଲେ । ଏ ନେଇ ନିଜେ ବିଧାୟକ ଅଭିଯୋଗ କରିଛନ୍ତି ।।

ଓକିଲ ଭଳି ସମ୍ମାନସ୍ପଦ ବୃତ୍ତିରେ ଥାଇ ମୁକ୍ତବୃତ୍ତି ସାମ୍ବାଦିକତା କରିପାରିବେ ନାହିଁ !! ଏମିତି ତ ଅନେକ ଅଛନ୍ତି କୋର୍ଟ କାହାକୁ କହୁଛନ୍ତି ??

Image
By - Sadashiba Panda ,,    10:20 pm ଓକିଲମାନେ ସାମ୍ବାଦିକ ହୋଇପାରିବେ ନାହିଁ: ସୁପ୍ରିମକୋର୍ଟ  ବୃତ୍ତିରେ ଥିବା ଓକିଲମାନେ ସାମ୍ବାଦିକ ଭାବେ କାର୍ଯ୍ୟ କରିପାରିବେ ନାହିଁ ବୋଲି ଆଜି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମତ ଦେଇଛନ୍ତି। ଏହାସହ ଏନେଇ ଜବାବ ରଖିବାକୁ ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆକୁ ନୋଟିସ୍ ଜାରି କରିଛନ୍ତି। ମହମ୍ମଦ କାମରାନ୍ ବନାମ ଉତ୍ତରପ୍ରଦେଶ ଓ ଅନ୍ୟାନ୍ୟ ମାମଲାର ଶୁଣାଣି କରି ଓକିଲ ବୃତ୍ତିରେ ଥାଇ ସାମ୍ବାଦିକତା କରୁଥିବା ଆଇନଜୀବୀଙ୍କୁ ବିଚାରପତି ଅଭୟ ଏସ୍ ଓକା ଓ ଅଗଷ୍ଟାଇନ୍ ଜର୍ଜ୍ ମାସିଙ୍କୁ ନେଇ ଗଠିତ ଖଣ୍ଡପୀଠ କଠୋର ଭାଷାରେ ତାଗିଦ୍ କରିଛନ୍ତି। ଏହି ମାମଲାରେ ଆବେଦନକାରୀ ନିଜକୁ ଓକିଲ ଓ ସାମ୍ବାଦିକ ବୋଲି ଦର୍ଶାଇଥିଲେ। ଏହି ପ୍ରସଙ୍ଗକୁ ନେଇ ଆବେଦନକାରୀଙ୍କ ଓକିଲ ବିନୋଦ କୁମାର ତିୱାରୀଙ୍କୁ ବିଚାରପତି ଓକା ତାଗିଦ୍ କରି କହିଛନ୍ତି, ସେ ଓକିଲ ହେବେ ନଚେତ୍ ସାମ୍ବାଦିକ। ଆମେ ଏଭଳି ଦ୍ବୈତ ଭୂମିକାକୁ ଗ୍ରହଣ କରିବୁ ନାହିଁ। ଓକିଲାତି ଏକ ସମ୍ମାନଜନକ ବୃତ୍ତି। ସେ କଦାପି ନିଜକୁ ଜଣେ ମୁକ୍ତବୃତ୍ତି ସାମ୍ବାଦିକ ବୋଲି କହିପାରିବେ ନାହିଁ। ଆବେଦନକାରୀଙ୍କୁ ମଧ୍ୟ ଭର୍ତ୍ସନା କରି ବିଚାରପତି ଓକା କହିଛନ୍ତି, ମୁଁ ତୁମର ବୃତ୍ତିଗତ ଅସଦାଚରଣକୁ ଜାଣିପାରୁନାହିଁ। ତୁମେ ନିଜକୁ ଆଇନଜୀବୀ କହୁଛ ଓ ସାମ୍ବାଦିକ ମଧ୍ୟ। ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆର ନିୟମ...

ଆଜିଠୁ ଆରମ୍ଭ କାର୍ତ୍ତିକ ବ୍ରତ ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଭିଡ଼

Image
By - Sadashiba Panda ,,     11:35 am ଭୁବନେଶ୍ୱର,୧୭/୧୦(ଗଡ଼ଜାତ ବ୍ୟୁରୋ):  ଆଜିଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ। ପୁଣ୍ୟ ମାସ କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ଶ୍ରୀମନ୍ଦିରରେ ଭିଡ଼ ଲଗାଇଛନ୍ତି ଭକ୍ତ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ବି ଗହଳଚହଳରେ ଭରି ଉଠିଛି। ସେପଟେ ଗୁରୁବାରଠାରୁ ହବିଷିଆଳି ମା’ମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିବା ସହ ହବିଷ୍ୟାନ୍ନ ଗ୍ରହଣ କରିବେ। ଏଣୁ କାର୍ତ୍ତିକ ବ୍ରତଧାରୀ ହବିଷିଆଳି ମା’ମାନେ ବ୍ରତ ପାଳନ ପାଇଁ ଆଜିଠାରୁ ନିଜର ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଧରି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ।। ଯେଉଁମାନେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଥିବା ହବିଷିଆଳି ଶିବିରରେ ମାଗଣାରେ ରହିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି, ସେମାନେ ୪ଟି ହବିଷିଆଳି ଶିବିରରେ ରହିବେ। ସେଠାରେ ହବିଷିଆଳିମାନଙ୍କର ରହିବା, ଖାଇବା ଆଦିର ବ୍ୟବସ୍ଥା କରାଯାଇଛି। ସମସ୍ତଙ୍କୁ ସ୍ବତନ୍ତ୍ର ପରିଚୟପତ୍ର ବଣ୍ଟନ କରାଯିବ। ବାକି ଯେଉଁମାନେ ନାମ ପଞ୍ଜୀକରଣ କରିନାହାନ୍ତି, ସେମାନେ ଭଡ଼ାରେ ଅବା ମଠ, ମନ୍ଦିର ଆଦିରେ ରହି ବ୍ରତ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି ।। ପ୍ରତିବର୍ଷ ଭଳି ଚଳିତବର୍ଷ ବି କାର୍ତ୍ତିକ ବ୍ରତ ପାଳନ କରୁଥିବା ମା’ମାନଙ୍କ ପାଇଁ ପ୍ରତିଦିନ ଶ୍ରୀମନ୍ଦିର ଯା’ଆସ ଓ ମହାପ୍ରଭୁଙ୍କ ରାଈଦାମୋଦର ବେଶ ଦର୍ଶନ ପାଇଁ ସ୍ବତନ୍...

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

Image
By - Sadashiba Panda ,,         05:03 pm ଭୁବନେଶ୍ବର:  ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ଭାଗ ଆଉ ଦୁଇଦିନ ପରେ ପ୍ରଦାନ କରାଯିବ । ସେଥିପାଇଁ ସରକାରୀ ସ୍ତରରେ ଯେଉଁ ପଦକ୍ଷେପ ନିଆଯିବା କଥା ତାହା ନିଆଯାଇଛି । ଯେଉଁ ମହିଳାମାନେ ଏହି ଟଙ୍କା ପାଇବେ ସେମାନଙ୍କର ଡାଟା ବେସ କରାଯିବା ସହିତ ଆକାଉଣ୍ଟ ଲିଙ୍କ ମଧ୍ୟ କରାଯାଇଛି ।। ତେବେ ପରୀକ୍ଷା ମୂଳକ ଭାବେ ଆସନ୍ତାକାଲିଠାରୁ ସେହି ହିତାଧିକାରୀଙ୍କ ଏକ ଟଙ୍କା ଲେଖାଏଁ ପଠାଯିବ । ସେଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପଦକ୍ଷେପ ଆରମ୍ଭ କରାଯାଇଛି । ଆସନ୍ତାକାଲି ସୋମବାର ଏବଂ ମଙ୍ଗଳବାର ଏହି ଦୁଇଦିନ ଧରି ପରୀକ୍ଷା ମୂଳକ ଭାବେ ଏକ ଟଙ୍କା ପ୍ରେରଣ କରାଯିବ । ବୁଧବାର ଦିନ ବାରିପଦାରେ ଆୟୋଜିତ ମେଗା କାର୍ଯ୍ୟକ୍ରମରେ ଏହି ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁଇଚି ଟିପି ପ୍ରେରଣ କରିବେ ।   ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୪୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ମିଳିବ ।।

ମାସକ ଭିତରେ E-KYC କରି ନପାରିଲେ କଟିବ ନାହିଁ ରାସନ୍ କାର୍ଡ !!!

Image
By Sadashiba Panda  ,,    04:25 pm ଭୁବନେଶ୍ୱର , ୨୮/୮ (ଗଡ଼ଜାତ ବ୍ୟୁରୋ) :  ରାସନ କାର୍ଡ E-KYC ନେଇ ବଡଖବର । ଏକ ମାସ ଭିତରେ E-KYC ନକରିପାରିଲେ କଟିବ ନାହିଁ ରାସନ କାର୍ଡ । ଅନ୍ୟ ରାଜ୍ୟରେ କାମ କରୁଥିବା ଦାଦନ ଶ୍ରମିକ ମାନେ କେମିତି E-KYC କରିବେ ବୋଲି ବିଧାନସଭାରେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବାସୁଦେବପୁର ବିଧାୟକ ଅଶୋକ ଦାସ ।। ତେବେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ତାଙ୍କ ସ୍ଥାନରେ ଉତ୍ତର ରଖିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ମନ୍ତ୍ରୀ କହିଛନ୍ତି, ବିଗତ ଦିନରେ ବଣ୍ଟନ ବ୍ୟବସ୍ଥାରେ ସ୍ବଚ୍ଛତା ନଥିଲା ତେଣୁ ଭୂତ କାର୍ଡ, ମୂଷା କାର୍ଡ ବାହାରୁଥିଲା । ଏକ ମାସ ଭିତରେ E-KYC ନକରିପାରିଲେ ରାସନ କାର୍ଡ କଟିବ ନାହିଁ । E-KYC ର ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ ।। ସେପଟେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି କଟକ ବାରବାଟୀ ବିଧାୟକ ସୋଫିଆ ଫିର୍ଦ୍ଦୋଶ । ମାସେ ହେବ ଆବେଦନ କରି ୧୦ ଲକ୍ଷରୁ ଅଧିକ ହିତାଧିକାରୀ ରାସନ କାର୍ଡ ପାଇବା ପାଇଁ ଅପେକ୍ଷା କରିଛନ୍ତି ସେମାନେ କେବେ ସୁଦ୍ଧା ରାସନ କାର୍ଡ ପାଇବେ ।। ସୋଫିଆଙ୍କ ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ରାସନ କାର୍ଡ ପାଇଁ E-KYC ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ କରିବା ବାଧ୍ୟତାମୂଳକ ନୁହେଁ । E-KYC ଏକ ସମ୍ବେଦନଶୀଳ ପ୍...

ମେଧା ପାଇଁ ବାଧା ଅନଭିଜ୍ଞ ରାଜନୈତିକ ନେତାଙ୍କ ମାନସିକତା !!!

By Sadashiba Panda ,,    08:10 pm ରାଜନୀତି ଭଳି କୌଣସି ଯୋଗ୍ୟତାର ଆବଶ୍ୟକତା ନ ଥିବା ଏକ ବୃତ୍ତିରେ ସକ୍ରିୟ ଥିବା ଏହି ନେତାମାନେ ସରକାରର ଦକ୍ଷତା ବୃଦ୍ଧି ଓ ଦେଶର ଦ୍ରୁତ ପ୍ରଗତି ପାଇଁ ଆବଶ୍ୟକ ଯୋଗ୍ୟ ବ୍ୟକ୍ତିମାନଙ୍କର ପ୍ରବେଶ ପଥ ରୋଧ କରିବା ଗଣତନ୍ତ୍ରର ଏକ କ୍ରୂର ବିଡ଼ମ୍ବନା ନୁହେଁ ତ ଆଉ କ'ଣ ?? ଭାରତ ହେଉଛି ଏକ ଗଣତନ୍ତ୍ର । ଏକ ଗଣତନ୍ତ୍ର ତାହାର ମୌଳିକ ଚରିତ୍ର ଅନୁସାରେ କେବେହେଲେ ଏକ ମେଧାତନ୍ତ୍ର ହୋଇ ନ ଥାଏ ।। ଏହି ବ୍ୟବସ୍ଥାରେ ନିର୍ବାଚିତ ହେଉଥିବା ଲୋକପ୍ରିୟ ନେତାମାନେ ଦେଶକୁ ନେତୃତ୍ବ ଦେଇଥାନ୍ତି, କିନ୍ତୁ ଦେଶର ଦୈନନ୍ଦିନ ଓ ଦୀର୍ଘକାଳୀନ ପରିଚାଳନା ନିମିତ୍ତ ଯେଉଁ ବିଶେଷ ଦକ୍ଷତାମାନ ଆବଶ୍ୟକ ହୋଇଥାଏ, ଏହି ନିର୍ବାଚିତ ଲୋକପ୍ରତିନିଧିମାନେ ସେ ସମସ୍ତର ଅଧିକାରୀ ହେବାର କୌଣସି ଆବଶ୍ୟକତା ନ ଥାଏ ଓ ସେମାନଙ୍କ ଠାରେ ସେଭଳି ଦକ୍ଷତା ଅନୁପସ୍ଥିତ ଥାଏ । ଏହା ବାଦ୍ ନିର୍ବାଚିତ ନେତାମାନଙ୍କର କାର୍ଯ୍ୟକାଳ ମଧ୍ୟ ଅସ୍ଥାୟୀ ହୋଇଥିବାରୁ ସେମାନେ ତାଲିମ ମାଧ୍ୟମରେ ଆବଶ୍ୟକ ଦକ୍ଷତା ଆହରଣ କରି ଏହି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଶୂନ୍ୟସ୍ଥାନ ପୂରଣ କରିବାର ଅବକାଶ ନ ଥାଏ । ଅଧିକାଂଶ ଗଣତନ୍ତ୍ରରେ ତେଣୁ ଏହି ଦକ୍ଷତା-ଶୂନ୍ୟତା ପୂରଣ କରି ଦେଶକୁ ସ୍ଥିରତା ଓ ସମୃଦ୍ଧି ପଥରେ ଆଗେଇ ନେବା ପାଇଁ ଏକ ସ୍ଥାୟୀ ଅମଲାତନ୍ତ୍ର ସୃଷ୍ଟି କରାଯାଇଥାଏ, ଯାହା ଲୋକପ୍ରିୟତାଭିତ୍ତିକ ନ ହୋଇ ମ...