Jay Shree Ram
ରାମ ନବମୀ ଅବସରରେ ଅଯୋଧ୍ୟା ନଗରୀରେ ଭଗବାନ ଶ୍ରୀରାମଙ୍କ ମଥାରେ ଶୋଭା ପାଇଲା ‘ସୂର୍ଯ୍ୟ ତିଳକ’
ରାମଲଲାଙ୍କ ହେଲା ସୂର୍ଯ୍ୟାଭିଷେକ । ମଥାରେ ଝଲସିଲା ସୂର୍ଯ୍ୟ ତିଳକ । ଗର୍ଭଗୃହରେ ଦିବ୍ୟ ରୂପରେ ଦର୍ଶନ ଦେଲେ ରାମଲଲା । ରାମନବମୀ ଅବସରରେ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ବିଗ୍ରହର ସୂର୍ଯ୍ୟ ତିଳକ ହୋଇଛି । ଏହି ସମୟରେ ମନ୍ଦିର ଭିତରେ ଦେଖିବାକୁ ମିଳିଛି ଅଦ୍ଭୁତ ଦୃଶ୍ୟ |
ବିଶ୍ୱାସ ଏବଂ ବିଜ୍ଞାନର ମିଳନରେ ରାମଲଲାଙ୍କ ସୂର୍ଯ୍ୟାଭିଷେକ କରାଯାଇଛି । ଏହି ସମୟରେ ୪ ମିନିଟି ଯାଏ ସୂର୍ଯ୍ୟ କିରଣରେ ଝଲସିଲା ଶ୍ରୀବିଗ୍ରହର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ । ୫୦୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଶ୍ରୀ ରାମଙ୍କ ସୂର୍ଯ୍ୟାଭିଷେକ ହୋଇଛି । ଏହି ଅଲୌକିକ ଦୃଶ୍ୟ ଦେଖିବା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥିଲା ||
Comments
Post a Comment