Skip to main content

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

subhadra

By - Sadashiba Panda ,,         05:03 pm


ଭୁବନେଶ୍ବର: ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ଭାଗ ଆଉ ଦୁଇଦିନ ପରେ ପ୍ରଦାନ କରାଯିବ । ସେଥିପାଇଁ ସରକାରୀ ସ୍ତରରେ ଯେଉଁ ପଦକ୍ଷେପ ନିଆଯିବା କଥା ତାହା ନିଆଯାଇଛି । ଯେଉଁ ମହିଳାମାନେ ଏହି ଟଙ୍କା ପାଇବେ ସେମାନଙ୍କର ଡାଟା ବେସ କରାଯିବା ସହିତ ଆକାଉଣ୍ଟ ଲିଙ୍କ ମଧ୍ୟ କରାଯାଇଛି ।।

ତେବେ ପରୀକ୍ଷା ମୂଳକ ଭାବେ ଆସନ୍ତାକାଲିଠାରୁ ସେହି ହିତାଧିକାରୀଙ୍କ ଏକ ଟଙ୍କା ଲେଖାଏଁ ପଠାଯିବ । ସେଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପଦକ୍ଷେପ ଆରମ୍ଭ କରାଯାଇଛି । ଆସନ୍ତାକାଲି ସୋମବାର ଏବଂ ମଙ୍ଗଳବାର ଏହି ଦୁଇଦିନ ଧରି ପରୀକ୍ଷା ମୂଳକ ଭାବେ ଏକ ଟଙ୍କା ପ୍ରେରଣ କରାଯିବ । ବୁଧବାର ଦିନ ବାରିପଦାରେ ଆୟୋଜିତ ମେଗା କାର୍ଯ୍ୟକ୍ରମରେ ଏହି ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁଇଚି ଟିପି ପ୍ରେରଣ କରିବେ ।  ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୪୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ମିଳିବ ।।

Comments

Popular posts from this blog

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......