ମାସକ ଭିତରେ E-KYC କରି ନପାରିଲେ କଟିବ ନାହିଁ ରାସନ୍ କାର୍ଡ !!!

By Sadashiba Panda  ,,    04:25 pm

ଭୁବନେଶ୍ୱର , ୨୮/୮ (ଗଡ଼ଜାତ ବ୍ୟୁରୋ) :  ରାସନ କାର୍ଡ E-KYC ନେଇ ବଡଖବର । ଏକ ମାସ ଭିତରେ E-KYC ନକରିପାରିଲେ କଟିବ ନାହିଁ ରାସନ କାର୍ଡ । ଅନ୍ୟ ରାଜ୍ୟରେ କାମ କରୁଥିବା ଦାଦନ ଶ୍ରମିକ ମାନେ କେମିତି E-KYC କରିବେ ବୋଲି ବିଧାନସଭାରେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବାସୁଦେବପୁର ବିଧାୟକ ଅଶୋକ ଦାସ ।।

ତେବେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ତାଙ୍କ ସ୍ଥାନରେ ଉତ୍ତର ରଖିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ମନ୍ତ୍ରୀ କହିଛନ୍ତି, ବିଗତ ଦିନରେ ବଣ୍ଟନ ବ୍ୟବସ୍ଥାରେ ସ୍ବଚ୍ଛତା ନଥିଲା ତେଣୁ ଭୂତ କାର୍ଡ, ମୂଷା କାର୍ଡ ବାହାରୁଥିଲା । ଏକ ମାସ ଭିତରେ E-KYC ନକରିପାରିଲେ ରାସନ କାର୍ଡ କଟିବ ନାହିଁ । E-KYC ର ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ ।।

ସେପଟେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି କଟକ ବାରବାଟୀ ବିଧାୟକ ସୋଫିଆ ଫିର୍ଦ୍ଦୋଶ । ମାସେ ହେବ ଆବେଦନ କରି ୧୦ ଲକ୍ଷରୁ ଅଧିକ ହିତାଧିକାରୀ ରାସନ କାର୍ଡ ପାଇବା ପାଇଁ ଅପେକ୍ଷା କରିଛନ୍ତି ସେମାନେ କେବେ ସୁଦ୍ଧା ରାସନ କାର୍ଡ ପାଇବେ ।।

ସୋଫିଆଙ୍କ ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ରାସନ କାର୍ଡ ପାଇଁ E-KYC ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ କରିବା ବାଧ୍ୟତାମୂଳକ ନୁହେଁ । E-KYC ଏକ ସମ୍ବେଦନଶୀଳ ପ୍ରସଙ୍ଗ । E-KYC କରିବା ପାଇଁ ସାଧାରଣ ଲୋକଙ୍କୁ ସରକାର ଅନୁରୋଧ କରିଛନ୍ତି । ଯେଉଁମାନେ ହିତାଧିକାରୀ ମାସେ ହେଲା ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି, E-KYC ଯାଞ୍ଚ ପରେ ସେମାନେ ନୂଆ ରାସନ କାର୍ଡ ପାଇବେ । ନୂଆ ଆବେଦନକାରୀ E-KYC କରିନଥିଲେ ସେମାନଙ୍କୁ ରାସନ କାର୍ଡ ମିଳିବ ନାହିଁ ।।

ଭାରତ ସରକାରଙ୍କ ମାଗଣା ରାସନ ଯୋଜନା ଅନୁଯାୟୀ ଦେଶର ୯୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି। ଏହି ଜିନିଷଗୁଡ଼ିକ ମଧ୍ୟରେ ରହିଛି ଗହମ, ଡାଲି, ଚଣା, ଚିନି, ଲୁଣ, ସୋରିଷ ତେଲ, ଅଟା, ସୋୟାବିନ ଏବଂ ମସଲା । ଜନତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଖାଦ୍ୟରେ ପୁଷ୍ଟିକର ସ୍ତର ବୃଦ୍ଧି କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହା ମଧ୍ୟ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ ସରକାରଙ୍କ ଲକ୍ଷ ରହିଛି ।।

Comments

Popular posts from this blog

ଧର୍ମେନ୍ଦ୍ର ପ୍ରଧାନଙ୍କ ଗାଡ଼ିରେ ଏକାଠି ଗଲେ ୦୩ ସ୍ବାଧୀନ ବିଧାୟକ

ବଡ଼ମ୍ବାରେ ବିଜେପି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ବେଳେ ଜୋରଦାର ବିରୋଧର ସାମନା କଲେ ନବାଗତ ବିଜେପି ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ !!!!

ପୋଲିସ ବାବୁଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ