ଯାଜପୁର - ଧର୍ମଶାଳା ବିଧାୟକ ହିମାଂଶୁ ସାହୁ (ଲିକୁ) ଙ୍କୁ ଆକ୍ରମଣ !!!!

By - Sadashiba Panda  ,,    08:50 pm

ଗଡ଼ଜାତ ବ୍ୟୁରୋ (୨୦/୧୧) : ଯାଜପୁର ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ ସାହୁ)ଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଯାଜପୁର ବୁଢ଼ାଘାଟରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ପ୍ରଣବ ପ୍ରକାଶ ଦାସଙ୍କ ଓରଫ୍ ବବି ଦାସଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଲିକୁ ସାହୁ । ପ୍ରତିବାଦରେ ବିଧାୟକଙ୍କ ସମର୍ଥକ ରାସ୍ତାରୋକ କରିଥିବା ଜଣାପଡିଛି ।।

ମିଳିଥିବା ସୂଚନା ଅନୁସାରେ, ବିଧାୟକ ହିମାଂଶୁ ସାହୁ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ହଠାତ୍ କିଛି ଲୋକ ଆସି ତାଙ୍କ  ଉପରେ ଅତର୍କିତ ଆକ୍ରମଣ କରିଥିଲେ । ତାଙ୍କ ଗାଡି ଭଙ୍ଗାରୁଜା କରିବା ସହିତ ବବି ଦାସ ପଠାଇଥିବା କହିଥିଲେ । ଏ ନେଇ ନିଜେ ବିଧାୟକ ଅଭିଯୋଗ କରିଛନ୍ତି ।।

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......