ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......

By - Sadashiba Panda  ,,    07:30 pm

ବ୍ୟୁରୋ ରିପୋର୍ଟ (ଗଡ଼ଜାତ ନ୍ୟୁଜ) :: କଟକ ଜିଲ୍ଲା ବଡ଼ମ୍ବା ବ୍ଲକର ସ୍କୁଲ-କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଚଳିତ ବର୍ଷର ପ୍ରଥମ ବୈଠକ ଅନନ୍ତ ମାଝୀ ଉଚ୍ଚ ବିଦ୍ୟାଳୟ, ସାନବାରସିଂହ ଠାରେ ବ୍ଲକ ଓଷ୍ଟl ସଭାପତି ଶ୍ୟାମବନ୍ଧୁ ବେହୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି l ବ୍ଳକ ସମ୍ପାଦକ ଅଶୋକ କୁମାର ଧଳ ବୈଠକର ଆଭିମୁଖ୍ୟ ଗୁଡିକ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇ ଥିଲେ l ତନ୍ମଧ୍ୟରୁ ଅନୁଦାନ ପ୍ରାପ୍ତ ସମସ୍ତ ସ୍କୁଲ ଓ କଲେଜ ଗୁଡିକୁ ଚାକିରୀ ସର୍ତ୍ତl ବଳି ସହ ସରକାରୀ ଅନୁଷ୍ଠାନରେ ପରିଣତ କରିବା, ଅନୁଦାନ ଯୋଗ୍ୟ ସ୍କୁଲ -କଲେଜ ଗୁଡିକୁ ପ୍ରଦାନ କରିବା, ଏନପିଏସ ସ୍କିମ ପରିବର୍ତ୍ତେ ପୁରୁଣା ପେନସନ ପ୍ରଚଳନ କରାଇବା, ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ଦରମାରେ ଥିବା ଅସଂଗତି ଦୂର କରିବା ଆଦି ପ୍ରମୁଖ ଦାବି ଗୁଡିକ ଉପରେ ଆଲୋଚନା ହୋଇଥିଲା l ଆସନ୍ତା ଷୋହଳ ତାରିଖରେ ଭୁବନେଶ୍ୱରରେ ମିଳିତ ମଞ୍ଚ ତରଫରୁ ଅନୁଷ୍ଠିତ ହେବାକୁ ଯାଉଥିବା ଦାବୀ ଦିବସରେ ଉପରୋକ୍ତ ସମସ୍ୟା ଗୁଡିକର ସମାଧାନ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା l ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କ ମଧ୍ୟରେବିଜୟ କୁମାର ଛତ୍ର,ମନମୋହନ ମହାରଣା, ସତୀଶ କୁମାର ସାହୁ,ସନ୍ତୋଷ କୁମାର ପରିଡା, ପୁଷ୍ପଲତା ରାଉତ, ସସ୍ମିତା ଦାସ, ଶିକ୍ଷକ ଶ୍ରୀନିବାସ ଶତପଥୀ, ନିମ୍ନ ମାଧ୍ୟମିକ ସ୍କୁଲ ସଂଘ ପକ୍ଷରୁ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ମଲ୍ଲିକ, ସନାତନ ସାହୁ, ବିମଳ ମୋହନ ଦାସ ଓ ଗୌରାଙ୍ଗ ଚନ୍ଦ୍ର ବସନ୍ତରା, ଶିକ୍ଷା କର୍ମଚାରୀ ମହେଶ୍ୱର ମହାରଣା ପ୍ରମୁଖ ଆଲୋଚନାର ଅଂଶ ଗ୍ରହଣ କରି ଅଗଷ୍ଟ ଷୋହଳ ଦାବି ଦିବସକୁ ସଫଳ କରିବା ପାଇଁ ନିଜ ନିଜର ମତ ଉପସ୍ଥାପନ କରିଥିଲେ ।।

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!