ବଡ଼ମ୍ବା - ଶଙ୍ଖାମେରୀ ଠାରୁ ମୁଗଗହୀର ନଦୀ ବନ୍ଧ ସୁଦୃଢ଼ୀକରଣ ପ୍ରକଳ୍ପ ଶିଳାନ୍ୟାସ
ଗୋପୀନାଥପୁର ଠାରେ ନଦୀବନ୍ଧ ଉନ୍ନତି କରଣ ପାଇଁ ଏକ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବଡମ୍ବା ପଞ୍ଚାୟତ ସମିତି ଅଧକ୍ଷ ଶ୍ରୀ ରଘୁପତି ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲାପରିଷଦ ସଭ୍ୟ ରବୀନ୍ଦ୍ର କୁମାର ସାହୁ, ଉପାଧ୍ୟକ୍ଷାଙ୍କ ପ୍ରତିନିଧି ସୁଶାନ୍ତ କୁମାର ଜେନା, ଗୋପୀନାଥପୁର ସରପଞ୍ଚ ଯଯାତି କେଶରୀ ନାୟକ, ସମିତିସଭ୍ୟ ଜିତେନ୍ଦ୍ର କୁମାର ମଲ୍ଲିକ, ମୁଗଗହୀର ସରପଞ୍ଚ କଳ୍ପନା ଚୌଧୁରୀ, ସମିତିସଭ୍ୟା ସୁନିତା ଚୌଧୁରୀ, ଶଙ୍ଖାମେରୀ ସରପଞ୍ଚ ଜୋଶ୍ନାମୟୀ ବିଶ୍ୱାଳ, ସମିତିସଭ୍ୟା ଚନ୍ଦ୍ରଭାମା ପଙ୍ଗାରିଙ୍କ ସମେତ ଗୋପୀନାଥପୁର ପଞ୍ଚାୟତର ବହୁ ଜନସାଧାରଣ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ପଞ୍ଚାନନ ସାହୁ ପରିଚାଳନା କରିଥିଲେ ।।
Comments
Post a Comment