କଟକ ଲୋକସଭା ପାଇଁ ବିଜେପିରୁ ଲଢ଼ିବେ କି ଭର୍ତ୍ତୃହରି !?

କଟକ ( ଗଡ଼ଜାତ ନ୍ୟୁଜ ବ୍ୟୁରୋ ) : ଗତକାଲି ବିଜେଡ଼ି ଦଳରୁ ଇସ୍ତଫା ଦେଇଥିବା ଭର୍ତ୍ତୃହରି ମହତାବ ଖୁବଶୀଘ୍ର ବିଜେପିରେ ସାମିଲ ହୋଇ କଟକ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚନ ଲଢ଼ିବା ପାଇଁ ସଜବାଜ ହେଉଥିବା ଚର୍ଚ୍ଚା ହେଉଛି । ଦୀର୍ଘ ସମୟ/ବର୍ଷ ଧରି ଏକାଧିକ ଥର କଟକ ଲୋକସଭା ଆସନରୁ ବିଜେଡ଼ି ଦଳର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ମହତାବ । ସେ ଜଣେ ଶାନ୍ତ, ସରଳ, ମିଷ୍ଟଭାଷୀ, ମେଳାପୀ ପ୍ରବୃତ୍ତିର ଉଚ୍ଚଶିକ୍ଷିତ ବ୍ୟକ୍ତି ତଥା ଓଡ଼ିଶାର ମାନ୍ୟଗଣ୍ୟ ମହାମାନ୍ୟ ବ୍ୟକ୍ତି ଡଃ ହରେକୃଷ୍ଣ ମହତାବଙ୍କ ସୁପୁତ୍ର ଭାବେ ଯଥେଷ୍ଟ ଖ୍ୟାତି ସଂପନ୍ନ ଅଟନ୍ତି । ବର୍ତ୍ତମାନ ରାଜନୈତିକ ମହଲରେ ଚାଲିଥିବା ଚର୍ଚ୍ଚା ଆଲୋଚନା ଅନୁସାରେ ଯଦିଓ ମହତାବ ବିଜେପିରୁ ନିର୍ବାଚନ ଲଢ଼ୁଛନ୍ତି ତେବେ ତାଙ୍କର ପୂର୍ବ ଅଭିଜ୍ଞତା ଓ ଅନୁଭୂତି ଲୋକମତକୁ କେତେ ପ୍ରଭାବିତ କରୁଛି ଦେଖିବାର ବାକି ରହିବ । କଟକ ବଡ଼ମ୍ବାରୁ ନ୍ୟୁଜ ଏଡ଼ିଟର ସଦାଶିବ ପଣ୍ଡାଙ୍କ ରିପୋର୍ଟ ।।

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......