କଟକ ଲୋକସଭା ପାଇଁ ବିଜେପିରୁ ଲଢ଼ିବେ କି ଭର୍ତ୍ତୃହରି !?

କଟକ ( ଗଡ଼ଜାତ ନ୍ୟୁଜ ବ୍ୟୁରୋ ) : ଗତକାଲି ବିଜେଡ଼ି ଦଳରୁ ଇସ୍ତଫା ଦେଇଥିବା ଭର୍ତ୍ତୃହରି ମହତାବ ଖୁବଶୀଘ୍ର ବିଜେପିରେ ସାମିଲ ହୋଇ କଟକ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚନ ଲଢ଼ିବା ପାଇଁ ସଜବାଜ ହେଉଥିବା ଚର୍ଚ୍ଚା ହେଉଛି । ଦୀର୍ଘ ସମୟ/ବର୍ଷ ଧରି ଏକାଧିକ ଥର କଟକ ଲୋକସଭା ଆସନରୁ ବିଜେଡ଼ି ଦଳର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ମହତାବ । ସେ ଜଣେ ଶାନ୍ତ, ସରଳ, ମିଷ୍ଟଭାଷୀ, ମେଳାପୀ ପ୍ରବୃତ୍ତିର ଉଚ୍ଚଶିକ୍ଷିତ ବ୍ୟକ୍ତି ତଥା ଓଡ଼ିଶାର ମାନ୍ୟଗଣ୍ୟ ମହାମାନ୍ୟ ବ୍ୟକ୍ତି ଡଃ ହରେକୃଷ୍ଣ ମହତାବଙ୍କ ସୁପୁତ୍ର ଭାବେ ଯଥେଷ୍ଟ ଖ୍ୟାତି ସଂପନ୍ନ ଅଟନ୍ତି । ବର୍ତ୍ତମାନ ରାଜନୈତିକ ମହଲରେ ଚାଲିଥିବା ଚର୍ଚ୍ଚା ଆଲୋଚନା ଅନୁସାରେ ଯଦିଓ ମହତାବ ବିଜେପିରୁ ନିର୍ବାଚନ ଲଢ଼ୁଛନ୍ତି ତେବେ ତାଙ୍କର ପୂର୍ବ ଅଭିଜ୍ଞତା ଓ ଅନୁଭୂତି ଲୋକମତକୁ କେତେ ପ୍ରଭାବିତ କରୁଛି ଦେଖିବାର ବାକି ରହିବ । କଟକ ବଡ଼ମ୍ବାରୁ ନ୍ୟୁଜ ଏଡ଼ିଟର ସଦାଶିବ ପଣ୍ଡାଙ୍କ ରିପୋର୍ଟ ।।

Comments

Popular posts from this blog

ଧର୍ମେନ୍ଦ୍ର ପ୍ରଧାନଙ୍କ ଗାଡ଼ିରେ ଏକାଠି ଗଲେ ୦୩ ସ୍ବାଧୀନ ବିଧାୟକ

ବଡ଼ମ୍ବାରେ ବିଜେପି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ବେଳେ ଜୋରଦାର ବିରୋଧର ସାମନା କଲେ ନବାଗତ ବିଜେପି ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ !!!!

ପୋଲିସ ବାବୁଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ