ବଡ଼ମ୍ବାରେ ନୂତନ ତହସିଲ ଭବନର ଶିଳାନ୍ୟାସ
ବଡ଼ମ୍ବାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମିତ ହେଉଥିବା ଅଢେଇ କୋଟି ଟଙ୍କାର ନୂତନ ତହସିଲ ଅଫିସ୍ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି । ଅଫିସର ଶିଳାନ୍ୟାସ ସମାରୋହରେ ସ୍ଥାନୀୟ ତହସିଲଦାର ଶ୍ରୀ ଶାଶ୍ଵତ ଦାସ ସ୍ବାଗତ ଭାଷଣ ରଖିଥିଲେ । ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅଧ୍ୟକ୍ଷ ଶ୍ରୀ ରଘୁପତି ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ରବୀନ୍ଦ୍ର ସାହୁ, ଓକିଲ ସଂଘ ସଭାପତି ଶ୍ରୀ ସନ୍ତୋଷ ପଟ୍ଟନାୟକ, ବରିଷ୍ଠ ଆଇନଜିବୀ ଶ୍ରୀ କୈଳାଶ ଜେନା, ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବଡ଼ମ୍ବା ତହସିଲ ଅଫିସ ରେ ଏହା ଦୁଇ ମହଲା ବିଶିଷ୍ଟ ହେବ ଏଥିରେ ୧୦ଟି ପ୍ରକୋଷ୍ଠ ରହିବ । ୫୬୦୦ ବର୍ଗଫୁଟର ଭିତ୍ତିଭୂମି କରାଯିବ ବୋଲି ଉପସ୍ଥିତ ଯନ୍ତ୍ରୀ କହିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସଭାରେ ନିର୍ବାଚିତ ଜନ ପ୍ରତିନିଧି ବୃନ୍ଦ, ଓକିଲ ସଂଘ ଓ ସାମ୍ବାଦିକ ସଙ୍ଘ, ବରିଷ୍ଠ ନାଗରିକ, ତଥା ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।।
Comments
Post a Comment