ଘୋଷଣା ହେଲା ନିର୍ବାଚନ ତାରିଖ ୦୪ ଟି ପର୍ଯ୍ୟାୟରେ ହେବ ଓଡ଼ିଶା ନିର୍ବାଚନ
ଅପେକ୍ଷାର ଅନ୍ତ ଘଟିଲା । ଘୋଷଣା ହେଲା ୨୦୨୪ ସାଧାରଣ ନିର୍ବାଚନ ତାରିଖ । ଦିଲ୍ଲୀର ବିଜ୍ଞାନ ଭବନରେ ପ୍ରେସମିଟ୍ ଜରିଆରେ ନିର୍ବାଚନ କମିଶନଙ୍କ ଏନେଇ ଘୋଷଣା କରିଛନ୍ତି । ଓଡ଼ିଶା ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି CEC । ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ। ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ରେ ହେବ ଭୋଟ ଗ୍ରହଣ । ଜୁନ୍ ୪ ମଙ୍ଗଳବାର ଦିନ ସାରା ଦେଶରେ ଲୋକସଭା ଓ ବିଧାନସଭା ଭୋଟ ଗଣତି ହେବ ।।
Comments
Post a Comment