ରାଜନୀତି ଓ ପୁଞ୍ଜିଭୂତ ଅସନ୍ତୋଷ
୧୯୭୭ ରେ ଜରୁରୀକାଳୀନ ପରିସ୍ଥିତି ଉଠିବା ବେଳକୁ କଂଗ୍ରେସ ନେତାଙ୍କ ଭିତରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ପଦାକୁ ଆସିଥିଲା ।।
ଇନ୍ଦିରାଙ୍କ କ୍ୟାବିନେଟରେ ନମ୍ବର - ୦୨ ଥିବା ନେତା ଜଗଜ୍ଜୀବନ ରାମ (ବାବୁଜୀ) ଙ୍କ ସହ ଅନେକ ବଡ଼ ବଡ଼ କଂଗ୍ରେସ ନେତା ଦଳ ଛାଡ଼ିଲେ ।।
ସଂସଦରେ ଜରୁରୀ ପରିସ୍ଥିତି ପ୍ରସ୍ତାବ ଆଣିଥିଲେ ଜଗଜ୍ଜୀବନ ରାମ । ସେ ଥିଲେ କଂଗ୍ରେସ ଦଳର ପ୍ରଚାର କମିଟି ଅଧ୍ୟକ୍ଷ ।।
ତେବେ ଜଗଜ୍ଜୀବନ ରାମଙ୍କ ସହ ବହୁଗୁଣା, ନନ୍ଦିନୀ ଶତପଥୀଙ୍କ ଭଳି ଅନେକ ନେତା 'କଂଗ୍ରେସ ଫର ଡେମୋକ୍ରାସି' ଗଢ଼ିଲେ । ସେମାନେ ମୋରାରଜି ଦେଶାଇଙ୍କ ଜନତା ପାର୍ଟି ସହ ମେଣ୍ଟ କଲେ । ମୋରାରଜି ଦେଶାଇ ଜିତିଲା ପରେ ଶପଥ ଗ୍ରହଣରେ ଜଗଜ୍ଜୀବନ ରାମ ଉପସ୍ଥିତ ନଥିଲେ । ପରେ ଆନ୍ଦୋଳନର ମୁଖ୍ୟ ନେତା ଜୟପ୍ରକାଶ ନାରାୟଣଙ୍କ ପରାମର୍ଶକ୍ରମେ ଜଗଜ୍ଜୀବନ ରାମ ଜନତା ପାର୍ଟି ସରକାରରେ ଉପପ୍ରଧାନମନ୍ତ୍ରୀ ହେଲେ ।।
#ମାର୍ଗାରେଟ ଆଲଭା
#Courage & Commitment
Comments
Post a Comment