ଜରାଜୀର୍ଣ୍ଣ ଅବସ୍ଥାରେ ରାଜୁଡା ଅମଳର ଡ଼ାକବଙ୍ଗଳା ଇନ୍ଦ୍ର ଭବନ , ବସନ୍ତ ଭବନ ଓ ଅଳକା ଭବନ

ବ୍ୟୁରୋ ରିପୋର୍ଟ ( ଗଡ଼ଜାତ ନ୍ୟୁଜ ) :: କଟକ ଜିଲ୍ଲାନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିଝରି ପାହାଡ଼ ଉପରେ ରାଜୁଡ଼ା ଅମଳରେ ନିର୍ମାଣ ହୋଇଥିବା ଅଳକା ଭବନ ରକ୍ଷଣାବେକ୍ଷଣ ଅଭବାରୁ ଭାଙ୍ଗିରୁଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହି ମାଟିରେ ମିଶିବାକୁ ବସିଥିବା ବେଳେ ରାଜୁଡ଼ା ଅମଳର ଏହି ଡାକ ବଙ୍ଗଳାଟି ପୁନରୁଦ୍ଧାର ପାଇଁ କାହାର ଆନ୍ତରିକତା ପରିଲକ୍ଷିତ ହେଉ ନଥିବା ଜଣାପଡୁଛି । ବର୍ତ୍ତମାନ ଏହି ଡାକ ବଙ୍ଗଳାଟି ମଦୁଆ ଏବଂ ସରୀସୃପଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।।
ସୂଚନାରୁ ପ୍ରକାଶ ଯେ, ପ୍ରାଚୀନ ନରସିଂହପୁର ରାଜ୍ୟର ପ୍ରବେଶ ପଥ ବାଲିଝରି ଠାରେ ଅତିଥି ଅଭ୍ୟାଗତ ମାନଙ୍କ ରହଣି ପାଇଁ ତତ୍କାଳୀନ ରାଜା ସାହେବ ଅନନ୍ତ ନାରାୟଣ ମାନସିଂହ ହରିଚନ୍ଦନ ମହାପାତ୍ର ଏକ ପାହାଡ଼ ଉପରେ 1940 ରୁ 1943 ମସିହା ମଧ୍ୟରେ ଅଳକା ନାମକ ଏକ ଡାକ ବଙ୍ଗଳା ନିର୍ମାଣ କରିଥିଲେ । ଏଠାରେ ନିର୍ମାଣ ହୋଇଥିବା ଡାକ ବଙ୍ଗଳାଟି ଚତୁଃପାଶ୍ୱର୍ରେ ବାରଣ୍ଡା ସହିତ ତିନୋଟି ସୁନ୍ଦର ବେଡ଼ ରୁମ୍ ଏବଂ ସେହି ସମୟରେ ଅତ୍ୟାଧୁନିକ ସାଜସଜ୍ଜା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଏବଂ ରାଜା ମଝିରେ ମଝିରେ ଏଠାରେ ରହିବା ସହ ବାହାରୁ ଆସୁଥିବା ଅତିଥି ଅଭ୍ୟାଗତ ମାନଙ୍କ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ । ମାତ୍ର ରକ୍ଷଣାବେକ୍ଷଣ ଅଭାବ ସହିତ ଏହାର ମରାମତି ଓ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବାରୁ ରାଜୁଡ଼ା ଅମଳର ଏହି ଐତିହାସିକ ଡାକ ବଙ୍ଗଳାଟି ଭାଙ୍ଗିରୁଜି ଜରାଜୀର୍ଣ୍ଣ ବିପଦ ସଙ୍କୁଳ ଅବସ୍ଥାରେ  ଅତି ଦୟନୀୟ ଅବସ୍ଥାରେ ପଡ଼ି ରହିଛି ।। 
ଏହି ସ୍ଥାନଟି ବର୍ତ୍ତମାନ ଜଙ୍ଗଲ ସୃଷ୍ଟି ହେବା ସହ ମଦୁଆ ଓ ସରୀସୃପ ମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି । 
ତତ୍କାଳୀନ ରାଜା ଅନନ୍ତ ନାରାୟଣ ମାନସିଂହ ହରିଚନ୍ଦନ ମହାପାତ୍ର ନରସିଂହପୁର ଠାରେ ଇନ୍ଦ୍ର ଭବନ, ପଦାମାଳ ଠାରେ ବସନ୍ତ ଭବନ ଓ ବାଲିଝରି ଠାରେ ଅଳକା ଭବନ ନିର୍ମାଣ କରିଥିଲେ । ମାତ୍ର ବସନ୍ତ ଭବନ ଓ ଇନ୍ଦ୍ର ଭବନ ପୁନରୁଦ୍ଧାର ହୋଇଥିବା ବେଳେ ଅଳକା ଭବନଟି ଚିର ଅବହେଳିତ ଅବସ୍ଥାରେ ପଡ଼ି ମାଟିରେ ମିଶିଲାଣି ପ୍ରଶାସନ ପକ୍ଷରୁ ଏହି ଡାକ ବଙ୍ଗଳାର ପୁନରୁଦ୍ଧାର କରିବା ପାଇଁ ସାଧାରଣରେ ଦାବୀ ହେଉଛି ।।

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......