ଆସୁଛି ହୋଲି । ରଙ୍ଗ ଖେଳିବାକୁ ସଜବାଜ ହେଲେଣି ଲୋକେ । ବଢୁଛି ବଜାର ଚାହିଦା

ହୋଲି ପାଇଁ ରଙ୍ଗ ବଜାର ସରଗରମ । ବଡ଼ମ୍ବା ବଜାରରେ ଜମିଲାଣି ରଙ୍ଗର ପସରା...
ହୋଲି ପାଇଁ ରଙ୍ଗ ବଜାର ସରଗରମ । ବଡ଼ମ୍ବା ବଜାରରେ ଜମିଲାଣି ରଙ୍ଗର ପସରା । ଦୋକାନ ବଜାରରେ ଭଳି କି ଭଳି ରଙ୍ଗ ସାଙ୍ଗକୁ ପିଚକାରୀ ଓ ବ୍ୟାଟେରୀ ଗନ୍ କିଣିବାକୁ ଲାଗିଛି ଭିଡ । ବିଭିନ୍ନ ରଙ୍ଗର ଅବିରରୁ ନେଇ ଗ୍ରାହକଙ୍କ ପସନ୍ଦ ଅନୁସାରେ ଭଳିକିଭଳି ରଙ୍ଗ ସବୁ ମିଳୁଛି । ଗ୍ରାହକଙ୍କୁ ସୁହାଇଲା ଭଳି ଦର ମଧ୍ୟ ରହିଛି । ଅବିର ସବୁ ୦୮ ଟଙ୍କାରୁ ନେଇ ୮୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିଭଳି ହର୍ବାଲ ରଙ୍ଗର ୦୫ ଭେରାଇଟି ପ୍ୟାକେଟକୁ ୧୬୫ ଟଙ୍କା ରହିଛି । ପିଚକାରୀରୁ ନେଇ ଇଲେକ୍ଟ୍ରିକ ଗନର ବେଶୀ ଚାହିଦା ରହିଛି । ଯାହାର ଦାମ୍ ୧୨୦ ରୁ ନେଇ ୦୮ ଶହ ପର୍ଯ୍ୟନ୍ତ ବିକ୍ରି ହେଉଛି । ଚଳିତଥର ବେଶ ଦୁଇ ପଇସା ଲାଭ ହେଉଥିବା କହିଛନ୍ତି ବ୍ୟବସାୟୀ । ଚଳିତଥର ଭେରାଇଟି ରଙ୍ଗ ସାଙ୍ଗକୁ ମନଲୋଭା ମୁଖା ସବୁ ଆକର୍ଷଣ ପାଲଟିଛି । ହୋଲି ବଜାରରେ ରଙ୍ଗ ସହ ବିଭିନ୍ନ ମାସ୍କ କିଣିବାକୁ ଲାଗୁଛି ଗ୍ରାହକଙ୍କ ଭିଡ । ଆଗକୁ ନିର୍ବାଚନ ଥିବା ବେଳେ ବିଭିନ୍ନ ଦଳୀୟ ଚିହ୍ନ ଥିବା ମାସ୍କ ଓ ରଙ୍ଗ ପ୍ୟାକଟେ ସବୁ ମିଳୁଛି । ସେହିଭଳି ହର୍ବାଲ ରଙ୍ଗକୁ ବେଶୀ ଗୁରୁତ୍ୱ ଦିଆଯାଉଛି । ଆଉ ଲୋକଙ୍କର ମଧ୍ୟ ଡିମାଣ୍ଡ ରହିଛି । ରଙ୍ଗର ପର୍ବ ହୋଲି ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଏବେ ରଙ୍ଗ ବଜାରରେ ଗହଳି ବେଶ ଜମୁଛି ।।

Comments

Popular posts from this blog

ଧର୍ମେନ୍ଦ୍ର ପ୍ରଧାନଙ୍କ ଗାଡ଼ିରେ ଏକାଠି ଗଲେ ୦୩ ସ୍ବାଧୀନ ବିଧାୟକ

ବଡ଼ମ୍ବାରେ ବିଜେପି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ବେଳେ ଜୋରଦାର ବିରୋଧର ସାମନା କଲେ ନବାଗତ ବିଜେପି ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ !!!!

ପୋଲିସ ବାବୁଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ