ବାଡ଼ ଯେବେ ଫସଲ ଖାଏ କହିବା କାହାକୁ !!

ଫଟୋରେ ଥିବା ଏକ କାର ଦୁର୍ଘଟଣାର ଚିତ୍ର ଆପଣମାନେ ଦେଖୁଛନ୍ତି । ଏହି କାରଟି ତିନିଦିନ ତଳେ କୁଲାଇଲୋ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏକ ଅଟୋ ସହିତ ଆଉ ଏଥିରେ୦୭ ଜଣ ଆହାତ ହୋଇଥିଲେ । ଆଠଗଡ଼ ପୋଲିସ ଗାଡ଼ିକୁ ସିଜ୍ କରି ଥାନାକୁ ଆଣିଥିଲା । ଏହିକଥା ଆପଣମାନେ ସମସ୍ତେ ଜାଣିଛନ୍ତି । ତେବେ ଆମର କହିବାର କଥା ହେଲା ଦୁର୍ଘଟଣା ସମୟରେ ଗାଡ଼ିର ସମ୍ମୁଖରେ ଥିବା ନମ୍ବର OD02BT5751 ଥିଲା  । ତେବେ ଦୁଇଦିନ ପରେ ଗାଡ଼ିର ନମ୍ୱର ଚେଞ୍ଜ ହୋଇଯାଇଛି ଏବେ ଗାଡ଼ିର ନମ୍ୱର OD02BX6184 ହୋଇଯାଇଛି । ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ ନମ୍ବର କେମିତି ଚେଞ୍ଜ ହେଲା ? ଏବେ ଦୁର୍ଘଟଣାରେ ଶିକାର ହୋଇ ଚିକିତ୍ସା ହେଉଥିବା ଲୋକେ କିଭଳି ନ୍ୟାୟ ପାଇବେ ଆପଣ ଚିନ୍ତା କରନ୍ତୁ । ବାଡ଼ ଜଦି ଫସଲ ଖାଇବ କହିବା କାହାକୁ । #athagad #Odisha #Breaking_News #OdishaPolice

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......