ଆଜି ବାଜିବ ନିର୍ବାଚନ ବିଗୁଲ । ଘୋଷଣା ହେବ ତାରିଖ । ଲାଗୁ ହେବ ଆଚରଣ ବିଧି
ଅଷ୍ଟାଦଶ ଲୋକସଭା ଓ ୦୪ ରାଜ୍ଯର ବିଧାନସଭା ନିର୍ବାଚନ ଲାଗି ଘୋଷଣା ହେବ ତାରିଖ । ୦୭ କିମ୍ବା ୦୮ ପର୍ଯ୍ୟାୟରେ ନିର୍ବାଚନ କରିବାକୁ ଘୋଷଣା କରିପାରନ୍ତି ଇସିଆଇ । ୫୪୩ ଲୋକସଭା ଆସନ ଏବଂ ଓଡ଼ିଶା , ଆନ୍ଧ୍ରପ୍ରଦେଶ , ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭାର ମୋଟ ୪୧୪ ଆସନ ଲାଗି ଘୋଷଣା ହେବ ତାରିଖ । ନିର୍ବାଚନ ତାରିଖ ଘୋଷଣା କରିବେ ମୁଖ୍ଯ ନିର୍ବାଚନ କମିଶନର ରାଜୀବ କୁମାର, ଦୁଇ କମିଶନର ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ । ଏହା ସହ ଦେଶରେ ଲାଗୁହେବ ନିର୍ବାଚନ ଆଚରଣ ବିଧି । ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ଦାଖଲ, ପ୍ରାର୍ଥୀପତ୍ର ପ୍ରତ୍ଯାହାର ଠାରୁ ଆରମ୍ଭ କରି ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ସହ ବିଭିନ୍ନ କଟକଣା ମଧ୍ଯ ଲଗାଇବେ ନିର୍ବାଚନ କମିଶନ। ୨୦୧୯ ରେ ୦୭ ପର୍ଯ୍ୟାୟରେ ଅର୍ଥାତ ୧୧, ୧୮, ୨୩, ୨୯ ଏପ୍ରିଲ ଏବଂ ୬, ୧୨ ଓ ୧୯ ମେ' ରେ ହୋଇଥିଲା ନିର୍ବାଚନ ।।
*୨୦୧୯ ମାର୍ଚ୍ଚ ୧୦ ରେ ନିର୍ବାଚନ ତାରିଖ ଘୋଷଣା ହୋଇଥିବାବେଳେ ୨୩ ମେରେ ଘୋଷିତ ହୋଇଥିଲା ଫଳାଫଳ । ଆନ୍ଧ୍ରପ୍ରଦେଶର ୨୫ , ଅରୁଣାଚଳ ପ୍ରଦେଶର ୦୨ , ଆସାମର ୧୪ , ବିହାରର ୪୦ , ଛତିଶଗଡ଼ର ୧୧ , ଗୋଆର ୦୨ , ଗୁଜରାଟର ୨୬ ଲୋକସଭା ନିର୍ବାଚନ ଲାଗି ଘୋଷଣା ହେବ ତାରିଖ । ସେହିପରି ହରିଆଣାର ୧୦ , ହିମାଚଳ ପ୍ରଦେଶର ୦୪ , ଝାଡ଼ଖଣ୍ଡର ୧୪ , କର୍ଣ୍ଣାଟକର-୨୮ , କେରଳର ୨୦ , ମଧ୍ଯପ୍ରଦେଶର ୨୯ , ମହାରାଷ୍ଟ୍ରର ୪୮ , ମଣିପୁରର ୦୨ , ମେଘାଳୟର ୦୨ , ଓଡ଼ିଶାର ୨୧ , ପଞ୍ଜାବର ୧୩ , ରାଜସ୍ଥାନର ୨୫ , ତାମିଲନାଡୁର ୩୯ , ତେଲଙ୍ଗାନାର ୧୭ , ତ୍ରିପୁରାର ୦୨ , ଉତ୍ତରପ୍ରଦେଶର ୮୦ , ଉତ୍ତରାଖଣ୍ଡର ୫ , ପଶ୍ଚିମବଙ୍ଗର ୪୨ , ଦିଲ୍ଲୀର ୦୭ ଲୋକସଭା ଆସନରେ ହେବ ଭୋଟଗ୍ରହଣ ।।
Comments
Post a Comment