ବଦଳିବ ନାହିଁ ସିବିଏସଇ ପାଠ୍ୟ ପୁସ୍ତକ । ପାଠ୍ୟକ୍ରମରେ ହେବନାହିଁ ପରିବର୍ତ୍ତନ
ବ୍ୟୁରୋ ରିପୋର୍ଟ (ଗଡ଼ଜାତ ନ୍ୟୁଜ) - ରାଷ୍ଟ୍ରୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏନସିଇଆରଟି) ପକ୍ଷରୁ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ନୂଆ ସିଲାବସ୍ ଜାରି କରାଯାଇଛି । ଆସନ୍ତା ଏପ୍ରିଲ ମାସ ପହିଲାରୁ ଆଗାମୀ ଶିକ୍ଷାବର୍ଷ ଆରମ୍ଭ ହେଉଥିବା ବେଳେ ଏଥିପାଇଁ କେବଳ ୩ୟ ଓ ୬ଷ୍ଠ ଶ୍ରେଣୀ ପାଇଁ ନୂଆ ପାଠ୍ୟ ପୁସ୍ତକ ଆସିବ । ଅନ୍ୟ ଶ୍ରେଣୀର ପାଠ୍ୟ ପୁସ୍ତକରେ କୌଣସି ପରିବର୍ତ୍ତନ ହେବ ନାହିଁ । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପାଠ୍ୟ ପୁସ୍ତକ ଗତ ବର୍ଷ ପରିବର୍ତ୍ତନ ହୋଇଥିଲା । ନୂଆ ପୁସ୍ତକକୁ ନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଏକ ବଡ଼ ଅପଡେଟ୍ ଦିଆଯାଇଛି । ଆସନ୍ତା ବର୍ଷ ମାର୍ଚ୍ଚରେ ହେବାକୁ ଥିବା ବୋର୍ଡ ପରୀକ୍ଷା ପାଠ୍ୟକ୍ରମରେ କୌଣସି ପରିବର୍ତ୍ତନ ହେବ ନାହିଁ ।।
Comments
Post a Comment