କଟକ ଜିଲ୍ଲାରେ ଥାନା ଗୁଡ଼ିକୁ ଗ୍ରାମାଞ୍ଚଳ ଏସପିଙ୍କ ନିର୍ଦ୍ଦେଶ

ବ୍ୟୁରୋ ରିପୋର୍ଟ (ଗଡ଼ଜାତ ନ୍ୟୁଜ) : କଟକ ଜିଲ୍ଲାରେ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ଭାବରେ ଯୋଗଦାନ କରିଛନ୍ତି ଲୋଗୋନ୍ୟଗୀ ଦିବ୍ୟା । ଭାରତୀୟ ପୋଲିସ୍ ସେବା କର୍ମଚାରୀ ଭାବେ ନିର୍ବାଚନ କୁ ଦୃଷ୍ଟିରେ ରଖି କଟକ ଭଳି ଏକ ଗୁରୁତତ୍ୱପୂର୍ଣ ଜିଲ୍ଲାରେ ମିଳିଛି ପୋଷ୍ଟିଂ ।।

ଏହା ପୂର୍ବରୁ ମିସ୍ ଦିବ୍ୟା ଢେଙ୍କାନାଳ ଓ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ଏଷ୍ପି ଭାବରେ କାମ କରି ବେଶ୍ ଭଲ ପ୍ରଦର୍ଶନ କରିଛନ୍ତି ।।

ଗତକାଲି ଆଠଗଡ ଉପଖଣ୍ଡ ଥାନା ପରିଦର୍ଶନ କରିବାପାଇଁ ଆସିଥିବା ବେଳେ, ଅପରାଧୀଙ୍କ ପ୍ରତି ପୋଲିସ୍ ଦୁର୍ବଳତା ପ୍ରକାଶ ନ କରି କାର୍ଯ୍ୟନୁଷ୍ଠାନ ନେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥି ସହିତ ଆଠଗଡ ଓ ତିଗିରିଆ ରେ ବଢୁଥିବା ମଦ ବ୍ୟବସାୟ କୁ ସମ୍ପୂର୍ଣ୍ଣ  ବନ୍ଦ୍ କରିବାପାଇଁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଦିନରେ ନିର୍ବାଚନକୁ ଦୃଷ୍ଟିରେ ରଖି ଆଇନ୍ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ଯାହା କରିବାକୁ ପଡ଼ିଲେ ବି କରାଯିବ ଓ ଆତଙ୍କ ରାଜ୍ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଲୋଗୋନ୍ୟାଗୀ ଦିବ୍ୟା ।।

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......