ପୋଲିସ ବାବୁଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଗିରଫ ହେଲେ ଜଳେଶ୍ୱର ଥାନାର ପୂର୍ବତନ ଆଇଆଇସି ଧନେଶ୍ୱର ସାହୁ । ପୂର୍ବତନ ଆଇଆଇସି ଧନେଶ୍ୱର ସାହୁଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ନରସିଂହପୁର ବଡ଼ଭୂଇଁ ସ୍ଥିତ ନିଜ ଘରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ୩ବର୍ଷ ହେବ ଫେରାର ଥିଲେ ପୋଲିସ ବାବୁ । ବ୍ରାଉନସୁଗାର ବେପାରୀଙ୍କ ସହ ସମ୍ପର୍କ ଥିବା ନେଇ ୨୦୨୦ ମସିହାରେ ଖବର ପ୍ରସାରଣ ହୋଇଥିଲା । ସମ୍ବେଦନଶୀଳ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ତାଙ୍କୁ ପୋଲିସ ହେଡକ୍ୱାଟର୍ସକୁ ବଦଳି କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ପୋଲିସ ଡିଜି ତାଙ୍କୁ ନିଲମ୍ବିତ କରିବା ସହ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ସେବେଠାରୁ ପୋଲିସ ଅଧିକାରୀ ଶ୍ରୀ ସାହୁ ଫେରାର ଥିଲେ । ଖବର ପାଇ କ୍ରାଇମବ୍ରାଞ୍ଚ ଆଜି ତାଙ୍କୁ କଟକ ଜିଲ୍ଲା ନରସିଂହପୁର ବ୍ଳକ ବଡଭୁଇଁ ପୈତୃକ ଘରୁ ଗିରଫ କରିଥିବା ସୁଚନା ମିଳିଛି ।।

Comments

Popular posts from this blog

ଧର୍ମେନ୍ଦ୍ର ପ୍ରଧାନଙ୍କ ଗାଡ଼ିରେ ଏକାଠି ଗଲେ ୦୩ ସ୍ବାଧୀନ ବିଧାୟକ

ବଡ଼ମ୍ବାରେ ବିଜେପି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ବେଳେ ଜୋରଦାର ବିରୋଧର ସାମନା କଲେ ନବାଗତ ବିଜେପି ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ !!!!