ମେ' ୦୬ ରୁ ଜୁନ ୧୭ ଯାଏଁ ଖରାଛୁଟି । ବନ୍ଦ ରହିବ ସ୍କୁଲ

ଗଡ଼ଜାତ ବ୍ୟୁରୋ :  ମେ' ୦୬ ରୁ ସ୍କୁଲରେ ଖରା ଛୁଟି । ଆସିଲା ୨୦୨୪-୨୫ ଶିକ୍ଷାବର୍ଷ କ୍ୟାଲେଣ୍ଡର । ୨୦୨୪ ଶିକ୍ଷାବର୍ଷ ପାଇଁ ପ୍ରକାଶିତ କ୍ୟାଲେଣ୍ଡରରେ ସମସ୍ତ ଛୁଟି ବିବରଣୀ ପ୍ରକାଶ ପାଇଛି । ଓସେପା ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପାଇଁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି ।  ଚଳିତ ବର୍ଷ ମେ ୦୬ ତାରିଖରୁ ସ୍କୁଲରେ ଖରାଛୁଟି ଆରମ୍ଭ ହୋଇ ୧୭ ଜୁନ ପର୍ଯ୍ୟନ୍ତ ଛୁଟି ରହିବ। ତେବେ ଶିକ୍ଷା କ୍ୟାଲେଣ୍ଡରକୁ କଡ଼ାକଡ଼ି ପାଳନ ଲାଗି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମପ୍ରବାହ ଯୋଗୁଁ ୦୨ ଏପ୍ରିଲରୁ ସକାଳୁଆ ସ୍କୁଲ ପାଇଁ ପୂର୍ବରୁ ନିର୍ଦ୍ଦେଶନାମା ପ୍ରକାଶିତ ହୋଇସାରିଛି ।।

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......