ପରମ୍ପରାର ବିରଳ ବ୍ୟତିକ୍ରମ ନରସିଂହପୁରର ଅଷ୍ଟଶମ୍ଭୁ ମେଲଣ ଆଜି ଏକାଠି ହେବେ ୨୯ ଶମ୍ଭୁ, ୦୫ ବିଷ୍ଣୁ ପ୍ରତିମା

ଗଡ଼ଜାତ ଅଞ୍ଚଳ ନରସିଂହପୁରର ପ୍ରାଚୀନ ବିରଳ ପରମ୍ପରା ଭାବେ ଅଷ୍ଟଶମ୍ଭୁ ମେଲଣ ପ୍ରାୟ ଦୁଇ ଶହ ବର୍ଷ ହେବ ନରସିଂହପୁର ଅଞ୍ଚଳରେ ପାଳିତ ହୋଇ ଆସୁଛି ରାଜ୍ୟର ବିଭିନ୍ନ ସ୍ଥାନରେ କେବଳ ଶମ୍ଭୁ ମୂର୍ତ୍ତି ମାନଙ୍କୁ ନେଇ ମେଳଣ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ନରସିଂହପୁରରେ ବିରଳ ପରମ୍ପରା ଦେଖିବାକୁ ମିଳିଥାଏ । ଏଠାରେ ଶମ୍ଭୁ ଏବଂ ବିଷ୍ଣୁ ପ୍ରତିମାଙ୍କ ମେଳଣ ଏକାଠି ହୋଇଥାଏ । ପ୍ରତିବର୍ଷ ଫାଲଗୁନ ମାସ ଚତୁର୍ଦ୍ଦଶୀ ତିଥିରେ ନରସିଂହପୁରରେ ଅଷ୍ଟଶମ୍ଭୁ ମେଳଣ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ଆଜି ମାର୍ଚ୍ଚ ୨୪ ତାରିଖ ରବିବାର ଦିନ ନରସିଂହପୁରରେ ଅଷ୍ଟଶମ୍ଭୁ ମେଳଣ ଯାତ୍ରା ଅନୁଷ୍ଠିତ ହେଉ ଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସୂଚନା ଅନୁଯାୟୀ ୧୮୨୮ ମସିହାରୁ ତତ୍କାଳୀନ ରାଜା ସୋମନାଥ ହରିଚନ୍ଦନ ମହାପାତ୍ରଙ୍କ ରାଜତ୍ୱ କାଳରୁ ୧୯୬ ବର୍ଷ ଧରି ନରସିଂହପୁର ରେ ଅଷ୍ଟଶମ୍ଭୁ ଯାତ୍ରା ପରମ୍ପରା ଅନୁଯାୟୀ ପାଳନ ହୋଇଆସୁଛି । ଅନ୍ୟ ଅଞ୍ଚଳରେ କେବଳ ଶମ୍ଭୁ ମୂର୍ତ୍ତିଙ୍କୁ ନେଇ ମେଳଣ ଯାତ୍ରା ହେଉଥିବା ବେଳେ ନରସିଂହପୁର ବିରଳ ପରମ୍ପରା ଦେଖିବାକୁ ମିଳିଥାଏ । ଏଠାରେ ଉଭୟ ହରି ଓ ହରଙ୍କ ମିଳନ ହୋଇଥାଏ । ନରସିଂହପୁର ସୌୟଂ ଆବିର୍ଭୁତ ଚମ୍ପେଶ୍ୱରର ଚମ୍ପାନାଥ,ବାସେଳିହତାର ଭୋଳାନାଥ,
ପଦାମାଳ-ପୁରୁଣାଗୋପାଳପୁରର ରୂପାନାଥ,ଘୋରାଡ଼ିଆ ଏବଂ ଭେଜିଆପଡା ସ୍ୱପ୍ନେଶ୍ବର,ମାଳିସାହିର ସୋମନାଥ, କୋକୋଳବାର ଗୁପ୍ତେଶ୍ଵର ଏବଂ ବାଲିସାହିର ମୁକ୍ତାନାଥ ଅଷ୍ଟଶମ୍ଭୁ ସମେତ ବ୍ଲକର ୨୯ ଶମ୍ଭୁ ମୂର୍ତ୍ତି ଭଜନ ମଣ୍ଡପ ନିକଟରେ ଏକାଠି ହୁଅନ୍ତି ବିଳମ୍ୱିତ ରାତି ପ୍ରାୟ ୧୨ ସମୟରେ ଏକ ବିରାଟ ଶୋଭାଯାତ୍ରାରେ ରାଜବାଟି ଆଗମନ କରିଥାନ୍ତି । ପରେ ମଦମମୋହନ,ରଘୁନାଥ, ରାଧାକାନ୍ତ, ରାଧା ରମଣ ସମେତ ପ୍ରତିମା ଏକାଠି ହୋଇଥାନ୍ତି । ପରେ ରାଜବାଟିରେ ଚନ୍ଦ୍ର ଶେଖର ମଧ୍ୟସ୍ଥଳରେ ଅଧିଷ୍ଠିତ ହେବା ପରେ ପୂଜାର୍ଚ୍ଚନା କରାଯାଇଥାଏ । ତା'ପରେ ସମସ୍ତ ଶମ୍ଭୁ ମୂର୍ତ୍ତି ତହସିଲଦାରଙ୍କ ସରକାରୀ ବାସଭବନରେ ଏକତ୍ରିତ ହୋଇଥାନ୍ତି । ସେଠାରେ ପୂଜାର୍ଚ୍ଚନା ପରେ ନିଜ ନିଜ ମନ୍ଦିରକୁ ଯାଇଥାନ୍ତି । ଏହି ଅଷ୍ଟଶମ୍ଭୁ ଯାତ୍ରା ନରସିଂହପୁର ଅଞ୍ଚଳର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ଯାତ୍ରା ଦେଖିବା ପାଇଁ ବଡ଼ମ୍ବା ନରସିଂହପୁର ସମେତ, ଆଠଗଡ, ବାଙ୍କୀ, କଣ୍ଟିଲୋ, ଦଶପଲ୍ଲା, ହିନ୍ଦୋଳ, ଅନୁଗୁଳ, ବୌଦ୍ଧ, ଖୋର୍ଦ୍ଧା, ନୟାଗଡ଼ ଆଦି ବିଭିନ୍ନ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତମାନେ ଯାତ୍ରାରେ ସାମିଲ ହୋଇଥାନ୍ତି ।।

Comments

Popular posts from this blog

ଧର୍ମେନ୍ଦ୍ର ପ୍ରଧାନଙ୍କ ଗାଡ଼ିରେ ଏକାଠି ଗଲେ ୦୩ ସ୍ବାଧୀନ ବିଧାୟକ

ବଡ଼ମ୍ବାରେ ବିଜେପି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ବେଳେ ଜୋରଦାର ବିରୋଧର ସାମନା କଲେ ନବାଗତ ବିଜେପି ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ !!!!

ପୋଲିସ ବାବୁଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ