ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଆଜିଠୁ ଲାଗୁ ହେଲା ଆଦର୍ଶ ଆଚରଣବିଧି
*୨୦୨୪ ସାଧାରଣ ନିର୍ବାଚନ ପାଇଁ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ମୁକ୍ତ, ଅବାଧ, ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିସନର । ବିଶ୍ୱର ସବୁଠୁ ବଡ ନିର୍ବାଚନ, କିଭଳି ହିଂସାମୁକ୍ତ ହେବ ଏହାଉପରେ ଜୋର୍ ଦେଇଛନ୍ତି ନିର୍ବାଚନ କମିଶନର । ତେଣୁ ହିଂସାକୁ ରୋକିବାକୁ ହେଲେ ଫୋର-ଏମ୍ ଉପରେ ଗୁରୁତ୍ୱ ଦେଇଛନ୍ତି ।।
*ମସଲ୍, ମନି, ମିସ ଇନଫରମେସନ୍, ମଡେଲ୍ କୋଡ୍ ଭାଓଲେସନ ।।
*ଉପରେ ଗୁରୁତ୍ୱ ଦିଆଯାଇଛି । ମୁଖ୍ୟ ନିର୍ବାଚନ କମିସନର କହିଛନ୍ତି ।।
*ନିର୍ବାଚନ ସମୟରେ ହିଂସାର କୌଣସି ସ୍ଥାନ ନାହିଁ ।।
*ହିଂସା ସମ୍ପର୍କିତ କୌଣସି ଅଭିଯୋଗ ୧୦୦ ମିନିଟରେ ସମାଧାନ ହେବ ।।
*ସେହିପରି ନିର୍ବାଚନ ସମୟରେ ବ୍ୟକ୍ତିଗତ ଆକ୍ଷେପ ନକରିବାକୁ କୁହାଯାଇଛି ।।
*ଖବର ପ୍ରସାରଣ ବେଳେ ସତର୍କ ରହିବାକୁ କୁହାଯାଇଛି ।।
*ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସୁହାଇବା ଭଳି ଖବର ପ୍ରସାରଣ ହେବା ଅନୁଚିତ ।।
*ସୋସିଆଲ ମିଡିଆ ବ୍ୟବହାର ବେଳେ ରାଜନୈତିକ ଦଳ ଦାୟିତ୍ୱବାନ ହେବା ଉଚିତ ।।
*ମିଛ ଖବର ପ୍ରଚାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।।
Comments
Post a Comment