କେଡ଼େ ସୁନ୍ଦର ରାଇଜ ମୋର , କେଡ଼େ ମିଠା ମୋ ଭାଷା ,, ଓଡ଼ିଶା ମୋ ଓଡ଼ିଶା ।। "ବନ୍ଦେ ଉତ୍କଳ ଜନନୀ"

ଗଡ଼ଜାତ ବ୍ୟୁରୋ : ୧୯୩୬ ମସିହା ଆଜିର ଦିନରେ ଭାଷା ଭିତ୍ତିରେ ଆମ ଉତ୍କଳ ଜନନୀ ଏକ ସ୍ବତନ୍ତ୍ର ପ୍ରଦେଶ ଭାବେ ଜନ୍ମଲାଭ କରିଥିଲା । ବିଭିନ୍ନ କ୍ଷେତ୍ରରେ ଝଡଝଞ୍ଜା ଦେଇ ଆମ ମାଟି ମାଆ ତା'ର ସନ୍ତାନ ମାନଙ୍କୁ ବେଶ୍ ଭଲରେ ରଖିଛି । ସାମାଜିକ ହେଉ କିମ୍ବା ରାଜନୈତିକ , ସାଂସ୍କୃତିକ ହେଉ ଅବା ଅର୍ଥନୈତିକ , ଧର୍ମ ହେଉ ବା ବିଶ୍ୱାସ ପ୍ରତିଟି କ୍ଷେତ୍ରରେ ଓଡିଆମାନେ ଆଜି ଧୁମ୍ ମଚାଇଛନ୍ତି । ରାଜ୍ୟ , ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ଷେତ୍ରରେ ଓଡିଆ ମାନଙ୍କ ପ୍ରଦର୍ଶନ ସବୁ ସ୍ତରରେ ଉଜ୍ବଳମୟ । ଯେଉଁଠି ଥିଲେ ମଧ୍ୟ ଓଡିଆମାନେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରନ୍ତି ।।

ଆଜି ଏହି ସ୍ବତନ୍ତ୍ର ଦିବସରେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ମଧୁସୂଦନ ଦାସଙ୍କ ସମେତ ଯେଉଁ ମହାମନିଷୀମାନଙ୍କ ମହାନ ଅବଦାନ ରହିଥିଲା ସେମାନଙ୍କୁ ଆମେ ନମନ୍ କରୁଛୁ ।।

ଆସନ୍ତୁ ଆଜିର ଦିନରେ ଉତ୍କଳ ଜନନୀର ଭାଷା , ସାହିତ୍ୟ , ସଂସ୍କୃତି , ଐତିହ୍ୟ ଓ ପରମ୍ପରାକୁ ଆହୁରି ଆଗକୁ ନେବାକୁ ବ୍ରତୀ ହେବା ।।
               " ବନ୍ଦେ ଉତ୍କଳ ଜନନୀ "

Comments

Popular posts from this blog

ଧର୍ମେନ୍ଦ୍ର ପ୍ରଧାନଙ୍କ ଗାଡ଼ିରେ ଏକାଠି ଗଲେ ୦୩ ସ୍ବାଧୀନ ବିଧାୟକ

ବଡ଼ମ୍ବାରେ ବିଜେପି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ବେଳେ ଜୋରଦାର ବିରୋଧର ସାମନା କଲେ ନବାଗତ ବିଜେପି ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ !!!!

ପୋଲିସ ବାବୁଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ