ବଡ଼ମ୍ବାରେ ବିଜେପି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ବେଳେ ଜୋରଦାର ବିରୋଧର ସାମନା କଲେ ନବାଗତ ବିଜେପି ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ !!!!

By - Sadashiba Panda ,  08:55 pm
ଗଡ଼ଜାତ ବ୍ୟୁରୋ :  ଆଜି ବଡ଼ମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅଭିମାନପୁର ଠାରୁ ଭଟ୍ଟାରିକା ମନ୍ଦିର ପର୍ଯ୍ୟନ୍ତ ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଏବଂ ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ ଏକ ରୋଡ଼ ଶୋ ରେ ବାହାରିଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୁଷ୍ଟ ଥିବା ଶତାଧିକ ବିଜେପି କର୍ମୀମାନେ ଧୋବଣୀନାଳ ଛକ ନିକଟରେ ରାସ୍ତା ଅବରୋଧ କରି ନିର୍ବାଚନ ରାଲିକୁ ଦୀର୍ଘ ସମୟ ଧରି ଅଟକ ରଖି ସମ୍ବିତ ତ୍ରିପାଠୀ ଗୋ ବ୍ୟାକ୍ ନାରା ଦେଇ ବିରୋଧ ପ୍ରଦର୍ଶନ କରିଥିଲେ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଉଭୟ ବଡ଼ମ୍ବା ଓ ମାଣିଆବନ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ସେଠାରୁ ରାଲି ଆଗକୁ ଯାଇଥିଲା । ଗାନ୍ଧୀଛକ ଗାନ୍ଧୀ ମୂର୍ତ୍ତିରେ ମାଲ୍ୟାର୍ପଣ କରି ଭଟ୍ଟାରିକା ଅଭିମୁଖେ ଯିବା ସମୟରେ ବଡ଼ମ୍ବା ହରିଜନ ସାହି ନିକଟରେ ପୁନର୍ବାର ଅସନ୍ତୁଷ୍ଟ ବିଜେପି କର୍ମୀମାନେ ବିରୋଧ ପ୍ରଦର୍ଶନ କରିଥିଲେ ସେଠାରେ ବି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ ଉଭୟ ବିଜେପି ବିଜେପି କର୍ମୀମାନଙ୍କ ମଧ୍ୟରେ ହାତାହାତି ହୋଇଥିଲେ । ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପରେ ରାଲି ଆଗକୁ ବଢ଼ିଥିଲା । କିଛି ବାଟ ଯିବାପରେ ପୁଣିଥରେ କରଡ଼ିବନ୍ଧ ଗ୍ରାମରେ ରାସ୍ତା ଅବରୋଧ କରି ସମ୍ବିତ ତ୍ରିପାଠୀ ଗୋ ବ୍ୟାକ୍ ନାରା ଦେଇ ଗାଡ଼ି ଅଟକାଇ ଥିଲେ । ଦୀର୍ଘ ଏକଘଣ୍ଟା ପାଖାପାଖି ରାସ୍ତା ଉପରେ ହଟହଟା ହେବା ପରେ ନିଜେ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଅସନ୍ତୁଷ୍ଟ ବିଜେପି କର୍ମୀଙ୍କୁ ବୁଝାସୁଝା କରିଥିଲେ । ବଡ଼ମ୍ବା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଚୟନ ଓ ହେଉଥିବା ବିରୋଧ ସମ୍ପର୍କରେ ରାଜ୍ୟ ଏବଂ କେନ୍ଦ୍ର ନେତୃତ୍ବଙ୍କ ସହିତ ଆଲୋଚନା କରିବାର ପ୍ରତିଶ୍ରୁତି ଦେଇଛନ୍ତି ମହତାବ । ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସେଠାରୁ ଶଶାଙ୍ଗ ହୋଇ ମାଆ ଭଟ୍ଟାରିକାଙ୍କ ଦର୍ଶନ କରି ଫେରିଥିଲେ ଉଭୟ ମହତାବ ଓ ସମ୍ବିତ । ନିର୍ବାଚନ ପ୍ରଚାର ବେଳେ ଏଭଳି ବିରୋଧ ଓ ହଟହଟା ଏବେ ବଡ଼ମ୍ବା-ନରସିଂହପୁର ଅଞ୍ଚଳରେ ଜୋରଦାର ଚର୍ଚ୍ଚା ଆଲୋଚନା ଚାଲିଛି ଯାହା ଭବିଷ୍ୟତରେ ସମ୍ବିତ ତ୍ରିପାଠୀଙ୍କ ପାଇଁ ବୁମେରାଂ ହୋଇପାରେ ।।

Comments

Popular posts from this blog

ଧର୍ମେନ୍ଦ୍ର ପ୍ରଧାନଙ୍କ ଗାଡ଼ିରେ ଏକାଠି ଗଲେ ୦୩ ସ୍ବାଧୀନ ବିଧାୟକ

ପୋଲିସ ବାବୁଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ