ବଡ଼ମ୍ବା ବିଧାନସଭା ନିର୍ବାଚନରେ ୨୯୨ ବୁଥରେ ଭୋଟ ଦେବେ ୦୨ ଲକ୍ଷ ୪୬ ହଜାର ଭୋଟର

By - Sadashiba Panda  ,,    04:20 pm

ଗଡ଼ଜାତ ବ୍ୟୁରୋ :  ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ମେ' ୨୫ ତାରିଖ ଓଡ଼ିଶାରେ ହେବ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ଏଥିପାଇଁ ବିଧିବଦ୍ଧ ଭାବେ ୨୯/୦୪ ରେ ବିଜ୍ଞପ୍ତି ଜାରି ହେବା ସହିତ ୦୬/୦୫ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ ପତ୍ର ଦାଖଲ । ୦୭/୦୫ ରେ ନାମାଙ୍କନ ପତ୍ର ଯାଞ୍ଚ ହୋଇ ୦୯/୦୫ ରେ ଘୋଷଣା ହେବ ଚୁଡାନ୍ତ ପ୍ରାର୍ଥୀ ତାଲିକା  । ଚଳିତ ନିର୍ବାଚନରେ ବଡ଼ମ୍ବା-ନରସିଂହପୁର ଅଞ୍ଚଳର ୨୯୨ ଟି ମତଦାନ କେନ୍ଦ୍ରରେ ଭୋଟ ଦେବେ ୦୨ ଲକ୍ଷ ୪୬ ହଜାର ୧୦୩ ଜଣ ମତଦାତା । ଏମାନଙ୍କ ମଧ୍ୟରେ ୦୧ ଲକ୍ଷ ୨୯ ହଜାର ୧୮୩ ଜଣ ପୁରୁଷ , ୦୧ ଲକ୍ଷ ୧୬ ହଜାର ୮୯୯ ଜଣ ମହିଳା ଏବଂ ୨୧ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ଚଳିତ ନିର୍ବାଚନରେ ନୂଆ କରି ଭୋଟ ଦେବେ ୦୯ ହଜାର ଯୁବ ଭୋଟର । ସେହିପରି ବଡ଼ମ୍ବା ବ୍ଳକରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ୧୩୬ ଟି ବୁଥରେ ମତଦାନ ବ୍ୟବସ୍ଥା କରାଯାଇଥିବା ବେଳେ ନରସିଂହପୁରରେ ୧୫୬ ଟି ବୁଥରେ ଭୋଟ ଗ୍ରହଣ ପାଇଁ ବ୍ୟବସ୍ଥା ହୋଇଛି । ଏଥି ମଧ୍ୟରୁ ପ୍ରାୟ ୭୫ ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବରେ ଚିହ୍ନଟ କରାଯାଇଥିବା ସୁଚନା ମିଳିଛି । ଉଭୟ ବ୍ଳକର ତହସିଲଦାର , ବିଡ଼ିଓ, ଥାନାଧିକାରୀଙ୍କ ସମେତ କେନ୍ଦ୍ରୀୟ ସୁରକ୍ଷା ବଳ ପକ୍ଷରୁ ଶୃଙ୍ଖଳିତ/ଅବାଧ/ନିରପେକ୍ଷ ନିର୍ବାଚନ ପାଇଁ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ସହ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛି ।।

ଅଧିକ ଖବର ପଢ଼ିବା ପାଇଁଁ  -  Like Follow and Subscribe  କରନ୍ତୁ 
youtube.com/gadajatnews
facebook.com/gadajatnews
twitter.com/gadajatnews

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......