ସୁନା ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ୨୩ ଲକ୍ଷର ସୁନାଗହଣା
ପିପିଲି (ଗଡ଼ଜାତ ବ୍ୟୁରୋ) : ବନ୍ଧୁକ ସୁନରେ ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ୍ । ପୁରୀ ଜିଲ୍ଲା ଡେଲାଙ୍ଗ ଠାରୁ ମାତ୍ର ୫୦୦ ମିଟର ଦୂରରେ ଏଭଳି କିଛି ଘଟଣା ଘଟିଛି । ଲୁଟର ଶୀକାର ହୋଇଥିବା ବ୍ୟବସାୟୀ ଜଣକ ପ୍ରଶାନ୍ତ ମହାପାତ୍ର ବୋଲି ଜଣାପଡିଛି । ସବୁ ଦିନ ପରି ବୁଧବାର ମଧ୍ୟ ପ୍ରଶାନ୍ତ ରାତିରେ ନିଜ ସୁନା ଦୋକାନ ବନ୍ଦ ସୁନା ଓ ରୂପା ଅଳଙ୍କାର ନେଇ ଘରକୁ ଆସୁଥିଲେ । ଏହି ସମୟରେ ୦୪ ରୁ ୦୫ ଜଣ ଡକାୟତ ଆସି ତାଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ପରେ ସୁନା ଓ ରୁପା ଅଳଙ୍କାର ନେଇ ଚମ୍ପଟ ମାରିଥିଲେ। ପ୍ରାୟ୨୭୦ ଗ୍ରାମ ସୁନା ଓ ୬କେଜି ରୁପା ଅଳଙ୍କାର ଲୁଟ୍ ହୋଇଥିବାବେଳେ ଏହାର ଅନୁମାନିକ ମୂଲ୍ୟ ୨୩ ଲକ୍ଷରୁ ଅଧିକ ହେବ । ଏନେଇ ବ୍ୟବସାୟୀ ଜଣଙ୍କ ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ଡେଲାଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।।
ଅଧିକ ଖବର ପଢ଼ିବାକୁ follow , subscribe
htpp://facebook.com/gadajatnews
http://youtube.com/gadajatnews
Comments
Post a Comment