ଦୀର୍ଘ ୦୬ ମାସ ପରେ ଜେଲରୁ ମୁକୁଳିଲେ ଆପ୍ ନେତା ସଞ୍ଜୟ ସିଂ
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ନେତା ସଞ୍ଜୟ ସିଂଙ୍କୁ ମିଳିଲା ଜାମିନ !!
By - Sadashiba Panda , 01:15 pm
ଭୁବନେଶ୍ୱର,୪/୪ (ଗଡ଼ଜାତ ବ୍ୟୁରୋ) :: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଶେଷରେ ତିହାର୍ ଜେଲରୁ ମୁକୁଳିଲେ ଆପ୍ ସାଂସଦ ସଞ୍ଜୟ ସିଂ । ତିହାର ଜେଲରୁ ୦୬ ମାସ ପରେ ସଞ୍ଜୟ ସିଂ ଗତରାତିରେ ଜାମିନରେ ମୁକୁଳିଛନ୍ତି । ଗତବର୍ଷ ଅକ୍ଟୋବରରେ ତାଙ୍କୁ ଗିରଫ କରିଥିଲା ଇଡି । କିନ୍ତୁ ଇଡି ଆଉ ତାଙ୍କର ରିମାଣ୍ଡ ଚାହେଁ ନାହିଁ ବୋଲି ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇବା ପରେ, ସଞ୍ଜୟଙ୍କୁ ଜାମିନ ମିଳିଛି ।।
ଜେଲରୁ ମୁକୁଳିବା ପରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରକୁ ଯାଇଥିଲ ସଞ୍ଜୟ ସିଂ । ପୂର୍ବରୁ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ଦିଲ୍ଲୀ ହାଇକୋର୍ଟ । ଏହାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସଞ୍ଜୟ ସିଂଙ୍କୁ ଆଜି ଜାମିନ ମିଳିବା ସହିତ, ସେ ନିର୍ବାଚନ ପ୍ରଚାରରେ ମଧ୍ୟ ଭାଗ ନେଇପାରିବେ ବୋଲି ଅନୁମତି ମିଳିଛି ।।
ତେବେ ତଦନ୍ତ ଉପରେ କୌଣସି ମନ୍ତବ୍ୟ ନରଖିବା ପାଇଁ ତାଙ୍କୁ ଚେତାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହ ତାଙ୍କ ଜାମିନ ସର୍ତ୍ତ ଟ୍ରାଏଲ୍ କୋର୍ଟ ନିର୍ଦ୍ଧାରଣ କରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟଙ୍କ ୦୩ ଜଣିଆ ଖଣ୍ଡପୀଠ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଏବେ ଜେଲରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ BRS ନେତ୍ରୀ କେ. କବିତା ।।
ଅଧିକ ପଢ଼ିବା ପାଇଁ Like Follow and Subscribe କରନ୍ତୁ http://facebook.com/gadajatnewsh ttp://youtube.com/gadajatnews
Comments
Post a Comment