ସିଏମଏଫ୍ ଫଣ୍ଡରୁ ୦୯ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବେଆଇନ ଟ୍ରାନ୍ସଫର ! ଥାନାରେ ଏତଲା !!!

By - Sadashiba Panda  ,    08:57 pm

ଗଡ଼ଜାତ ବ୍ୟୁରୋ ::  ମୟୂରଭଞ୍ଜ DRDA ଅଧୀନରେ କାମ କରୁଥିବା ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡସ୍ ଟ୍ରଷ୍ଟ ଆକାଉଣ୍ଟରୁ ୦୯ କୋଟି ୫୬ ଲକ୍ଷ ୭୬ ହଜାର ଟଙ୍କାର ସନ୍ଦେହଜନକ ଟ୍ରାଞ୍ଜାକ୍ସନ ହୋଇଥିବା ଜଣାପଡିଛି । ୦୯ କୋଟିରୁ ଅଧିକ ଟଙ୍କା ବେଆଇନ ଟ୍ରାଞ୍ଜାକ୍ସନ ହୋଇଥିବା ନେଇ ବାରିପଦା ଭଞ୍ଜପୁର ଥାନାରେ ଅଭିଯୋଗ ହୋଇଛି । ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆର ଚିଫ ମ୍ୟାନେଜର ସଂଯୁକ୍ତା କାନୁନଗୋ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ।।

ଲିଖିତ ଅଭିଯୋଗ ଅନୁଯାୟୀ ଗତ ୧୦ ରୁ ୧୮ ତାରିଖ ମଧ୍ୟରେ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ୦୪ ଟି ଚେକରେ ଟ୍ରାଞ୍ଜାକ୍ସନ ହୋଇଛି । ଯେଉଁଥିରେ ଭିନ୍ନ ଭିନ୍ନ ଦିନରେ ଦୁଇ କୋଟି ତିନି କୋଟି କରି ସର୍ବମୋଟ ୦୯ କୋଟି ୫୬ ଲକ୍ଷ ଟଙ୍କା ବିଭିନ୍ନ କମ୍ପାନୀ ଆକାଉଣ୍ଟକୁ ପଠାଯାଇଛି । ଏହି ସବୁ ଏକାଉଣ୍ଟର ଟ୍ରାଞ୍ଜାକ୍ସନକୁ ନେଇ ସନ୍ଦେହ ହେବାରୁ ବାରିପଦା ଭଞ୍ଜପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।।

ପିଟି କନଷ୍ଟ୍ରକ୍ସନ ଆଣ୍ଡ ସପ୍ଲାୟର୍ସ, ଏସକେ ଏଣ୍ଟାରପ୍ରାଇଜେସ ପରି ଅନ୍ୟରାଜ୍ୟର କମ୍ପାନୀଗୁଡିକର ଆକାଉଣ୍ଟକୁ ଏହି ସବୁ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥିବା ଜଣାପଡିଛି । ତେବେ ଚେକ କେଉଁଠୁ ଆସିଲା ଏବଂ କିଏ ଆଣି ବ୍ୟାଙ୍କରେ ଦେଇଥିଲା ସେ ନେଇ କୌଣସି ସୂଚନା ନାହିଁ ।।

ଭଞ୍ଜପୁର ଥାନା ପୋଲିସ ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ଆସି ଏନେଇ ତଦନ୍ତ କରୁଥିବା ବେଳେ ଦଫା ୪୨୦, ୪୬୮, ୪୧୯, ୪୭୧ ଦଫାରେ ମାମଲା ରୁଜୁ କରିଛି । ମୟୂରଭଞ୍ଜ ପିଡି ଡିଆରଡିଏ କହିଛନ୍ତି, ପୋଲିସ ଏ ନେଇ ତାଙ୍କୁ ଯୋଗାଯୋଗ କରିଥିଲା । ତେବେ ଅଫିସ ପକ୍ଷରୁ କୌଣସି ଚେକ୍ ଦିଆଯାଇନାହିଁ କିମ୍ୱା ଅଭିଯୋଗ ହୋଇଥିବା କମ୍ପାନୀଗୁଡିକ ସହିତ କୌଣସି ଦେଣନେଣ ମଧ୍ୟ କରାଯାଇନାହିଁ ବୋଲି ସଫେଇ ଦେଇଛନ୍ତି ।।

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......