ବିଜେଡିରେ ସାମିଲ ହେଲେ ଗଣେଶ୍ୱର ଓ ଲେଖାଶ୍ରୀ । ଗଣେଶ୍ୱରଙ୍କୁ କେନ୍ଦାପଡ଼ାରୁ ମିଳିପାରେ ଟିକେଟ୍ । ଏପଟେ ଲେଖାଶ୍ରୀ ବାଲେଶ୍ୱର ଲୋକସଭା ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

By - Sadashiba Panda
Sunday 07 April , 08:05 pm
ଗଡ଼ଜାତ ବ୍ୟୁରୋ : ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ଏବେ ସମସ୍ତେ ଅପେକ୍ଷା କରିଛନ୍ତି । ଏହି ସମୟରେ ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ଏବଂ ଗଣେଶ୍ୱର ବେହେରା । ଲେଖାଶ୍ରୀ ବିଜେପି ଟିକେଟ୍ ପାଇବାରୁ ବଞ୍ଚିତ ହୋଇଥିଲେ । ଆଉ ଏବେ ସେ ବିଜେଡିରେ ସାମିଲ ହୋଇ ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । ସେହିପରି କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ଗଣେଶ୍ୱର ବେହେରା ବିଜେଡି ଟିକେଟ୍ ପାଇବେ ବୋଲି ଚର୍ଚ୍ଚା ହେଉଛି ।
ଗଣେଶ୍ୱର ବେହେରା, ପ୍ରାୟ ୪ଦଶନ୍ଧୀ ହେଲା କଂଗ୍ରେସରେ ରହିଥିଲେ । ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଆଜି ନିଜ ସମର୍ଥକଙ୍କ ସହ ଶଙ୍ଖଭବନ ଆସି ବିଜେଡିରେ ସାମିଲ ହୋଇଛନ୍ତି । ଆଉ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟରେ ବିକାଶ ପାଇଁ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡି ସାମିଲ ହେବା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଗଣେଶ୍ୱର । ଚର୍ଚ୍ଚା ହେଉଛି, କେନ୍ଦ୍ରାପଡ଼ା ବିଧାନସଭା ଆସନରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିପାରେ ।।

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......