ହାଡୁଆ ଡ଼୍ୟାମ ମଧ୍ୟମ ସେଚ ପ୍ରକଳ୍ପ ! ଖୁବଶୀଘ୍ର ସରିବ ପ୍ରକଳ୍ପ କାର୍ଯ୍ୟ ! ଉପକୃତ ହେବେ ବଡ଼ମ୍ବା ନରସିଂହପୁର ଓ ତିଗିରିଆ ଅଞ୍ଚଳର ହଜାର ହଜାର ଚାଷୀ !!
ଗଡ଼ଜାତ ବ୍ୟୁରୋ :: କଟକ ଜିଲ୍ଲା ବଡ଼ମ୍ବା , ନରସିଂହପୁର ଓ ତିଗିରିଆ ବ୍ଲକର ସମନ୍ୱିତ ବିକାଶ ପାଇଁ ହାଡୁଆ ନାଳ ଉପରେ ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ତେବେ ଏହି ପ୍ରକଳ୍ପ କଟକ ଜିଲ୍ଲାର ଖାରୋଡ ଗ୍ରାମ ନିକଟସ୍ଥ ହାଡୁଆ ନାଳ ଉପରେ ୩୮୭ ମିଟର ଦୈର୍ଘ୍ୟ ଓ ୪୩,୮୨୫ ମିଟର ଉଚ୍ଚ କଂକ୍ରିଟ ବନ୍ଧର ନିର୍ମାଣ କାର୍ଯ୍ୟ ଚାଲିଛି ।।
କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ ପରେ ଉପରୋକ୍ତ କାର୍ଯ୍ୟର ଟେଣ୍ଡର ହୋଇ ୦୨ ଶହ ୨୧ କୋଟି ୪୩ ଲକ୍ଷ ଟଙ୍କା ଏଵଂ ୦୫ ବର୍ଷ ପାଇଁ ଏହାର ପରିଚାଳନା ଓ ରକ୍ଷଣ ବେକ୍ଷଣ ବାବଦକୁ ୦୩ କୋଟି ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ଅନୁମୋଦନ କରାଯାଇଅଛି । ଏହାର ନିର୍ମାଣ କାର୍ଯ୍ୟ ଅଢେଇ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ସ୍ତିର କରାଯାଇଅଛି ।।
ତେବେ ଏହି ହାଡୁଆ ମଧ୍ୟମ ଜଳସେଚନ ପ୍ରକଳ୍ପ କଟକ ଜିଲ୍ଲାର ବଡମ୍ବା , ନରସିଂହପୁର ଓ ତିଗିରିଆ ବ୍ଳକର ମରୁଡି ପ୍ରଭାବିତ ଅଞ୍ଚଳର ମୋଟ ୬.୨୦୫ ହେକ୍ଟର ଚାଷ ଜମି , ୩,୬୪୧ ହେକ୍ଟର ଚାଷ ଉପଯୋଗୀ ଜମିକୁ ବାର୍ଷିକ ୬,୫୯୮ ହେକ୍ଟର ଖରିଫ ଓ ରବି ଫସଲ ପାଇଁ ଜଳସେଚନ ସୁନିଶ୍ଚିତ କରି ପାରିବ ।।
ଏହା ଛଡା ହାଡୁଆ ମଧ୍ୟମ ଜଳସେଚନ ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳରେ ରହୁଥିବା ୩,୦୭,୬୩୮ ଗ୍ରାମୀଣ ଲୋକଙ୍କ ପାଇଁ ପାନୀୟ ଜଳ ଯୋଗାଇ ଦେବାରେ ବେଶ ସହାୟକ ହୋଇପାରିବ । ଏହି ମଧ୍ୟମ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଳେ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ଆର୍ଥିକ ସ୍ଥିତିରେ ମଧ୍ୟ ଯଥେଷ୍ଟ ଉନ୍ନତି ହୋଇପାରିବ ।।
ଅଧିକ ଖବର ପଢ଼ିବା ପାଇଁଁ ଦେଖନ୍ତୁ
youtube.com/gadajatnews
facebook.com/gadajatnews
twitter.com/gadajatnews
Comments
Post a Comment