ବଡ଼ମ୍ବା - ନିର୍ବାଚନ ନାମାଙ୍କନ । ୧୩ ରୁ ୧୧ ପ୍ରାର୍ଥୀ କାଏମ । ୦୯ ସୁଦ୍ଧା ପ୍ରତ୍ୟାହାର । ନଚେତ୍ ଲଢ଼ିବେ ୧୧ ପ୍ରାର୍ଥୀ !!!!
By - Sadashiba Panda , 0450 pm
ଗଡ଼ଜାତ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ବଡ଼ମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ୧୩ ଜଣ ବ୍ୟକ୍ତି ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେମାନଙ୍କ ମଧ୍ୟରୁ ୦୨ ଜଣଙ୍କ ନାମାଙ୍କନ ପତ୍ର ଖାରଜ ହୋଇଥିବା ବେଳେ ୧୧ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ବ କାଏମ ରହିଛି । ଏହିପରି ଭାବେ ନାମାଙ୍କନ ଭରିଥିଲେ ବିଭିନ୍ନ ନେତା/ପ୍ରାର୍ଥୀ ମାନେ । ୩୦ ବର୍ଷର ବରିଷ୍ଠ ରାଜନେତା ତଥା ୭ମ ଥର ପାଇଁ ବିଜେଡ଼ିରୁ ବିଧାୟକ ପ୍ରାର୍ଥୀ ହୋଇଥିବା ଦେବୀ ମିଶ୍ର ୦୪ ସେଟ୍ ନାମାଙ୍କନ ଦାଖଲ କରିଥିବା ବେଳେ ସମ୍ବିତ ତ୍ରିପାଠୀ ମଧ୍ୟ ବିଜେପି ପ୍ରାର୍ଥୀ ଭାବେ ୦୪ ସେଟ୍ ଏବଂ କଂଗ୍ରେସ ପ୍ରାର୍ଥୀ ସଞ୍ଜୟ ସାହୁ ୦୨ ସେଟ୍ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସ୍ବାଧୀନ ପ୍ରାର୍ଥୀ ଭାବେ ବିଜୟ ଦଳବେହେରା ୦୨ ସେଟ୍ , ଦୁର୍ଗାପ୍ରିୟା ଦଳବେହେରା ଗୋଟିଏ ସେଟ୍ , ମନୋଜ ନନ୍ଦ ଦୁଇଟି ସେଟ୍ , କୈଳାସ ନାୟକ ଗୋଟିଏ ସେଟ୍ , ଯୁଗଳ ନାୟକ ଗୋଟିଏ ସେଟ୍ , ସରୋଜ କରଣ ଗୋଟିଏ ସେଟ୍ , ନିତ୍ୟାନନ୍ଦ ଖଟୁଆ ଗୋଟିଏ ସେଟ୍ ଲେଖାଏଁ ନାମାଙ୍କନ ଦାଖଲ କରିଥିଲେ । ପ୍ରସାଦ କୁମାର ନାଏକ ଜନତା ଦରବାର ପାର୍ଟିରୁ , ପ୍ରଶାନ୍ତି ପ୍ରଧାନ ସୁପ୍ରିମ ଜିରୋ ପାର୍ଟିରୁ ଓ ମନୋରଞ୍ଜନ ବେହେରା ନ୍ୟାସନାଲ ଆପନି ପାର୍ଟିରୁ ଗୋଟିଏ ଲେଖାଏଁ ସେଟ୍ ନାମାଙ୍କନ ଦାଖଲ କରିଥିଲେ । ଏମିତି ଭାବେ ମୋଟ ୧୩ ଜଣ ନାମାଙ୍କନ ଭରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଶାନ୍ତି ପ୍ରଧାନ ଏବଂ ନିରଞ୍ଜନ ଖଟୁଆ ଦୁଇଜଣଙ୍କ ନାମାଙ୍କନ ଖାରଜ ହୋଇଥିବା ଓ ଅନ୍ୟ ଏଗାର ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ବ କାଏମ ରହିଛି । ଆସନ୍ତା ୦୯ ତାରିଖ ମଧ୍ୟରେ ଯଦି କେହି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର ନ କରନ୍ତି ତେବେ ଦେବୀ ମିଶ୍ର ଏବଂ ବିଜୟ ଦଳବେହେରାଙ୍କ ମଧ୍ୟରେ କଡ଼ା ଟକ୍କର ହେବା ଏକ ପ୍ରକାର ନିଶ୍ଚିତ ବୋଲି ସୁଚନା ମିଳୁଛି ।।
ଅଧିକ ଖବର ପଢ଼ିବା ପାଇଁଁ
Like Follow and Subscribe Gadajat News
YouTube - youtube.com/gadajatnews
Facebook - facebook.com/gadajatnews
Twitter - twitter.com/gadajatnews
Comments
Post a Comment