“ଭୋଟ ଦେଉଛି ଓଡ଼ିଶା” : ମୁଖ୍ଯ ନିର୍ବାଚନ ଅଧିକାରୀ

By - Sadashiba Panda  ,    10:05 pm

ମୁଖ୍ଯ ନିର୍ବାଚନ ଅଧିକାରୀ, ଓଡ଼ିଶା 
ଭୁବନେଶ୍ବର: (ଗଡ଼ଜାତ ବ୍ୟୁରୋ) ଏକକାଳୀନ ସାଧାରଣ ନିର୍ବାଚନ -୨୦୨୪ର ଚତୁର୍ଥ ପର୍ଯ୍ଯାୟ ପାଇଁ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏସବୁ ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ଆରମ୍ଭ ହୋଇଛି । ଏହି ଅବସରରେ ସଂପୂର୍ଣ୍ଣ ଉତ୍ସାହ ମଧ୍ଯରେ ଭୋଟ ଦେଉଛି ଓଡ଼ିଶା ବୋଲି ମୁଖ୍ଯ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଂଜ ବିହାରୀ ଧଳ ମତ ପ୍ରକାଶ କରିଛନ୍ତି । ଏହି ଚାରି ସଂସଦୀୟ କ୍ଷେତ୍ରରେ ୭୩୦୩ ମତଦାନ କେନ୍ଦ୍ରରେ ଲୋକେ ମତଦାନ କରୁଛନ୍ତି । ଯେଉଁ ଯେଉଁ ସ୍ଥାନରେ ଇଭିଏମ୍ ରେ ତ୍ରୁଟି ଦେଖା ଦେଇଛି ସବୁ ସ୍ଥାନରେ ତୁରନ୍ତ ୩୦ ମିନିଟ୍ ମଧ୍ଯରେ ଅତିରିକ୍ତ ଇଭିଏମ୍ ର ବ୍ଯବସ୍ଥା କରାଯାଉଛି । ତେଣୁ ବ୍ଯସ୍ତ ନ ହୋଇ ସଂପୂର୍ଣ୍ଣ ଶାନ୍ତି ଶୃଂଖଳା ମଧ୍ଯରେ ମତଦାନ କରିବା ପାଇଁ ଶ୍ରୀ ଧଳ ଜନସାଧାରଣଂକୁ ଅନୁରୋଧ କରିଛନ୍ତି । ମାଲାକାନଗିରିର ସ୍ବାଭିମାନ ଅଂଚଳରେ  ସାଧାରଣ ନିର୍ବାଚନ-୨୦୧୯ରେ ବିଏସ୍ଏଫ୍ କ୍ଯମ୍ପ୍ ରେ ମତଦାନ କରିଥିବା ଲୋକେ ଏଇଥର  ନିଜ ନିଜ ବୁଥ ରେ ମତଦାନ କରୁଛନ୍ତି । ଅନ୍ଯ ସମସ୍ତ ଅଂଚଳରେ ମଧ୍ଯ ସମସ୍ତେ ମତଦାନ କରିବାକୁ ମୁଖ୍ଯ ନିର୍ବାଚନ ଅଧିକାରୀ ଜନସାଧାରଣଂକୁ ଅନୁରୋଧ କରିଛନ୍ତି । ରାଜ୍ଯ ପୋଲିସ୍ ନୋଡାଲ ଅଧିକାରୀ ଶ୍ରୀ ସଂଜୟ କୁମାର 
ସଂପୂର୍ଣ୍ଣ ସୁରକ୍ଷା ବ୍ଯବସ୍ଥା ମଧ୍ଯରେ ମତଦାନ ଚାଲିଥିବା ନେଇ ସୂଚନା ଦେଇଛନ୍ତି ।।

 ବିନାୟକ ମିଶ୍ର 
ଲୋକସମ୍ପର୍କ ଅଧିକାରୀ

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......