ଶିକ୍ଷକ ରୁ ସରପଞ୍ଚ ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ମୋହନ ମାଝୀ
By - Sadashiba Panda ,, 08:12 pm
ମୋହନ ମାଝୀ ରାଜନେତା ଓ ବିଧାୟକ ହେବା ପୂର୍ବରୁ ଗୋଟିଏ ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକ ଭାବେ କାମ କରୁଥିଲେ । ଶିକ୍ଷକ ଭାବେ କ୍ୟାରିୟର ଆରମ୍ଭ କରିଥିବା ମୋହନ ମାଝୀ ପରେ ସରପଞ୍ଚ ହୋଇଥିଲେ । ଏ ସମ୍ପର୍କରେ ତାଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି ସୂଚନା ଦେଇଛନ୍ତି ।।
କେନ୍ଦୁଝର ଆସନରୁ ୨୦୦୦ ମସିହାରେ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମୋହନ ମାଝୀ । ସେ ୨୦୦୪-୦୯ ଓ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବିଧାୟକ ରହିଛନ୍ତି । ସେ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ମଧ୍ୟ କାର୍ଯ୍ୟ ତୁଲାଇ ସାରିଛନ୍ତି ।।
ମୋହନ ମାଝୀ ମେଣ୍ଟ ସରକାରରେ ୨୦୦୫ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ସରକାରୀ ଦଳର ଉପମୁଖ୍ୟ ସଚେତକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ବିଜେପି ପ୍ରଥମଥର ପାଇଁ ଜଣେ ଆଦିବାସୀ ଚେହେରାକୁ ନିଜର ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାରେ ଅବସ୍ଥାପିତ କରାଇଛି ।।
Comments
Post a Comment