ଧର୍ମେନ୍ଦ୍ର ପ୍ରଧାନଙ୍କ ଗାଡ଼ିରେ ଏକାଠି ଗଲେ ୦୩ ସ୍ବାଧୀନ ବିଧାୟକ

By - Sadashiba Panda  ,,    09:12 pm

ଧର୍ମେନ୍ଦ୍ରଙ୍କ ଗାଡ଼ିରେ ଗଲେ ୦୩ ସ୍ବାଧୀନ ବିଧାୟକ

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜନାଥ ସିଂହ ମୋହନ ମାଝୀଙ୍କ ନାମ ଘୋଷଣା କରିବା ପରେ ଉତ୍ସବ ମୁଖର ହୋଇପଡ଼ିଥିଲା ପାର୍ଟି ଅଫିସ୍ ।।

ଏସବୁ ମଧ୍ୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଚଳିତ ନିର୍ବାଚନରେ ବିଜେପି ଟିକେଟ ନପାଇବାରୁ ସ୍ବାଧୀନ ଭାବେ ନିର୍ବାଚନ ଳଢ଼ି ୦୩ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି । ମାହାଙ୍ଗାର ଶାରଦା ପ୍ରଧାନ, ଧର୍ମଶାଳାର ହିଂମାଶୁ ଶେଖର ସାହୁ ଓ ବଡ଼ମ୍ବାର ବିଜୟ କମୁାର ଦଳବେହେରା ବିଜୟୀ ହୋଇଥିଲେ । ପୂ୍ର୍ବରୁ ଏହି ୦୩ ଜଣ ବିଜେପି ନେତା ଭାବେ ପରିଚିତ ଥିଲେ । ନିର୍ବାଚନରେ ଟିକେଟ ନପାଇବାରୁ ସ୍ବାଧୀନ ଭାବେ ନିର୍ବାଚନ ଳଢ଼ିଥିଲେ । ଏହି ୦୩ ବିଜୟୀ ସ୍ବାଧୀନ ବିଧାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗାଡ଼ିରେ ଯାତ୍ରା କରିଥିବାର ଦେଖିବାକୁ ମିଳିଛି ।।

ବର୍ତ୍ତମାନ ଭାରତୀୟ ଜନତା ପାର୍ଟିରେ ୭୮ ଜଣ ବିଧାୟକ ଥିବା ବେଳେ ଏହି ୦୩ ସ୍ବାଧୀନ ବିଧାୟକ ବିଜେପିକୁ ସମର୍ଥନ କରିବେ ବୋଲି ଘୋଷଣା କରି ସାରିଛନ୍ତି । ଯାହାଫଳରେ ବିଧାନସଭାରେ ବିଜେପିର ସଂଖ୍ୟା ୮୧ ରେ ପହଁଞ୍ଚିଛି ।।

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......