ସୁଭଦ୍ରା ଯୋଜନା , କ'ଣ ରହିଛି ସୁବିଧା , କେମିତି କରିବେ ଆବେଦନ !!!

By - Sadashiba Panda  ,,    10:07 am

ଗଡ଼ଜାତ ବ୍ୟୁରୋ :  ଓଡ଼ିଶାରେ ନୂଆ ସରକାର ଗଠନ ହେବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ବଡ଼ ଘୋଷଣା କରାଯାଇଛି । ୦୪ ଟି ପ୍ରସ୍ତାବ ମଧ୍ୟରେ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ହେଉଛି ବଡ ଘୋଷଣା । ଆଗାମି ୧୦୦ ଦିନ ଭିତରେ ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା । ତେବେ ଏହି ଯୋଜନା କଣ ଏବଂ ମହିଳାମାନେ କିଭଳି ୫୦ହଜାର ପାଇବେ ଓ କାର୍ଯ୍ୟକାରୀ କରିବେ ଚାଲନ୍ତୁ ଜାଣିବା ।।
ବିଜେପି ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲା ଯେ ଓଡ଼ିଶାରେ ବିଜେପି ସରକାର ଆସିଲେ ସୁଭଦ୍ରା ଯୋଜନା ଲାଗୁ କରାଯିବ । ବର୍ତ୍ତମାନ ଏହା ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୁଭଦ୍ରା ଯୋଜନା ଲାଗୁ କରିବାକୁ ଘୋଷଣା କରିଛନ୍ତି । ଓଡ଼ିଶାରେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କାର କ୍ୟାସ ଭାଉଚର ମିଳିବ । ଦୁଇ ବର୍ଷ ମଧ୍ୟରେ ସେମାନେ ଏହାକୁ ଖର୍ଚ୍ଚ କରିପାରିବେ । ଏହି ଯୋଜନାରେ ଆପଣ ଚାହିଁଲେ ଉଭୟ ଅନଲାଇନ୍‌‌ ଓ ଅଫଲାଇନରେ ଆବେଦନ କରିପାରିବେ । ବିବାହିତ ମହିଳାମାନେ ଏହି ଯୋଜନାରେ ସାମିଲ ହୋଇ ୫୦ହଜାର ଟଙ୍କାର କୁପନ୍‌‌ ପାଇପାରିବେ । ସୁଭଦ୍ରା ଯୋଜନାର ମୂଳ ଲକ୍ଷ୍ୟ ହେଉଛି ମହିଳାଙ୍କୁ ସଶକ୍ତ କରିବା ଏବଂ ସମାଜରେ ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ପ୍ରଦାନ କରିବା ।।
ଏହି ଯୋଜନାରେ ଆବେଦନ କରିବା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ ସବୁ ଯେପରିକି ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ, ଠିକଣା ପ୍ରମାଣପତ୍ର, ମୋବାଇଲ୍‌‌ ନମ୍ବର, ପାସପୋର୍ଟ ଫଟୋ, ଇନକମ୍‌‌ ସାର୍ଟିଫିକେଟ, ରାସନ କାର୍ଡ ଆଦି ଆବଶ୍ୟକ । ଯଦି ଆପଣ ଏହି ଯୋଜନାରେ ସାମିଲ ହେବାକୁ ଚାହୁଁଛନ୍ତି ତେବେ ଓଡ଼ିଶାର ବାସିନ୍ଧା ହୋଇଥିବା ଆବଶ୍ୟକ । କେବଳ ବିବାହିତ ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ । ମହିଳାଙ୍କ ବୟସ ୨୩ରୁ ୫୯ବର୍ଷ ହୋଇଥିବ । ଗୁରୁତ୍ୱପୂର୍ଣ୍ଣା କଥା ହେଲା ସରକାରୀ ଚାକିରି କରିଥିବା ମହିଳା ଏହି ଯୋଜନାରେ ଲାଭ ପାଇବେନାହିଁ । ପରବର୍ତ୍ତୀ ସମୟରେ ଅଙ୍ଗନବାଡି କର୍ମୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ । ଯୋଜନା କାର୍ଯ୍ୟକାରୀ ନେଇ ଖୁବଶୀଘ୍ର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗାଇଡଲାଇନ୍‌‌ ଜାରି କରାଯିବ ବୋଲି ସୂଚନା ମିଳିଛି ।।

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......