ବିକଶିତ ଓଡ଼ିଶାର ସ୍ବପ୍ନ ସାକାର କରିବ ମିଶନ ଶକ୍ତି !!!

By - Sadashiba Panda  ,,    05:42 pm


ବିକଶିତ ଓଡ଼ିଶାର ସ୍ବପ୍ନ ସାକାର କରିବ ମିଶନ ଶକ୍ତି ଅଭିଯାନ । ମିଶନ ଶକ୍ତି ବିଭାଗର ସମୀକ୍ଷା କରି ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ।।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତି ତା’ର ଲକ୍ଷ୍ୟସ୍ଥଳରେ ପହଞ୍ଚିବ ଏବଂ ଆଗରୁ ଆହୁରି କ୍ଷୀପ୍ର ଗତିରେ ଦୌଡ଼ିବ । କାରଣ ଏହି ବିଭାଗର ମହିଳାମାନେ ୧୯ଟି ବିଭାଗ ଏବଂ ୟୁଏନ୍ ଏଜେନ୍ସି ସହ ଜଡ଼ିତ । ତେଣୁ ଆଗାମୀ ଶହେ ଦିନ ଭିତରେ ମିଶନ ଶକ୍ତିକୁ ନେଇ ଯୋଜନା ପ୍ରସ୍ତୁତ ହେବ ।।
ସରକାର ବଦଳିବା ପରେ ବନ୍ଦ ହୋଇଯିବ କି ମିଶନ ଶକ୍ତି ? କଣ ହେବ ମିଶନ ଶକ୍ତିର ଭାଗ୍ୟ । ନୂଆ ସରକାର ଆସିବା ପରେ ବିଜେଡି ସରକାରର ମାନସ ସନ୍ତାନ କୁହାଯାଉଥିବା ମିଶନ ଶକ୍ତିକୁ ନେଇ ଏଭଳି କିଛି କଥା ସାମ୍ନାକୁ ଆସିଥିଲା । ନୂଆ ମନ୍ତ୍ରୀ ଭାବେ ବିଭାଗର ଦାୟିତ୍ଵ ନେବା ପରେ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମିଶନଶକ୍ତି ମନ୍ତ୍ରୀ ପ୍ରଭାତି ପରିଡା ।।

କେମିତି ଚାଲିଛି କାର୍ଯ୍ୟକ୍ରମ, ଆଗକୁ କଣ ରହିଛି ଭିଜନ, ବର୍ତ୍ତମାନ ଚାଲିଥିବା କାର୍ଯ୍ୟକ୍ରମର ସ୍ଥିତି କଣ ଏ ନେଇ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ସମୀକ୍ଷା ପରେ ମିଶନ ଶକ୍ତିର ଭବିଷ୍ୟତ ନେଇ ମନ୍ତ୍ରୀ କହିଛନ୍ତି ମିଶନ ଶକ୍ତି କାର୍ଯ୍ୟକ୍ରମ ଜାରି ରହିବ । ଆଗାମୀ ଦିନରେ ମିଶନ ଶକ୍ତି ଦୌଡିବ । ମିଶନ ଶକ୍ତି ଲକ୍ଷ ସ୍ଥଳରେ ପହଞ୍ଚି ବିକଶିତ ଓଡ଼ିଶାର ସ୍ୱରୂପ ହେବ ।।

ମିଶନ ଶକ୍ତି ଏକ ମାଇକ୍ରୋ ସରକାର । ଏହି ବିଭାଗର ମହିଳା ମାନେ ୧୯ଟି ବିଭାଗ ଏବଂ ୟୁଏନ ଏଜେନସି ସହିତ ଅନୁବନ୍ଧିତ । ପୂରା ବିଶ୍ୱ, ରାଜ୍ୟ ଏବଂ ଗାଁ ଏହି କାର୍ଯ୍ୟକ୍ରମରେ ମିଶିକି ରହିଛି । ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ଦେଶର ସାମାଜିକ ସ୍ଥିତି, ଅର୍ଥନୀତି, ମହିଳାଙ୍କ ଅବସ୍ଥିତି ଆଗାମୀ ଶହେ ଦିନ ଭିତରେ ଦ୍ରୁତ ଗତିରେ ବିକାଶ ହେବ । ଆଉ ମିଶନ ଶକ୍ତି ଏକ ମାତ୍ର ବିଭାଗ ଯାହାକି ବିକଶିତ ଓଡିଶାର ସ୍ବପ୍ନ ସାକାର କରିପାରିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।।
୨୦୦୦ ମସିହାରୁ ଆରମ୍ଭ ହୋଇଥିବା ମିଶନ ଶକ୍ତିରେ ଏବେ ପ୍ରାୟ ୭୦ ଲକ୍ଷ ମହିଳା ଅଛନ୍ତି । ବର୍ତ୍ତମାନ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ମିଳୁଛି । ଜିଲ୍ଲା ମହାସଂଘ ପାଇଁ ୦୧ କୋଟି ଟଙ୍କା ଓ ବ୍ଲକ୍ ମହସଂଘ ପାଇଁ ୫୦ ଲକ୍ଷ ଟଙ୍କାର ରିଭଲଭିଁ ଫଣ୍ଡ ରହିଛି ।।
ମିଶନ ଶକ୍ତି ଦ୍ଵାରା ଉତ୍ପାଦ ସାମଗ୍ରୀ ବିକ୍ରୀ ପାଇଁ ମିଶନ ଶକ୍ତି ବଜାର ସୃଷ୍ଟି କରାଯାଇଛି । ମିଶନ ଶକ୍ତି କାଫେ ବି କରାଯାଇଛି । ମିଶନ ଶକ୍ତି ମହିଳାଙ୍କୁ ବିଦେଶ ଭ୍ରମଣ ସୁବିଧା ଦିଆଯାଉଛି । ପାଣି ବିଲ ସଂଗ୍ରହ, ବିଦ୍ୟୁତ୍ ବିଲ ସଂଗ୍ରହ, ଧାନ ମଣ୍ଡିରେ ନିଯୁକ୍ତି ସହ ପର୍ଯ୍ୟାୟ କ୍ରମେ ୧୯ ବିଭାଗରେ ମିଶନ ଶକ୍ତି ମହିଳାଙ୍କ ଭାଗିଦାରୀ ରହିଛି । ଆଗାମୀ ସମୟରେ ଏହି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।।
ମନ୍ତ୍ରୀ ଭାବେ ଦାୟିତ୍ଵ ନେବା ପରେ ସୋମବାର ମିଶନ ଶକ୍ତି ଭବନରେ ବିଭାଗୀୟ ସଚିବ ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ମିଶନ ଶକ୍ତିକୁ ନେଇ ଯେଉଁ କିଛି ଦ୍ଵନ୍ଦ ଥିଲା ତାହା ମଧ୍ୟ ଦୂର ହୋଇଛି ।।

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......