୨୪ ବର୍ଷ ପରେ ବିରୋଧୀ ଦଳ ନେତା ଆସନରେ ବସିଲେ ନବୀନ !!!
By - Sadashiba Panda ,, 07:48 pm
ବିରୋଧୀ ଦଳ ନେତା ହେଲେ ନବୀନ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ ଉପନେତା ।।
ବିରୋଧୀ ଦଳ ନେତା ହେଲେ ନବୀନ ପଟ୍ଟନାୟକ । ପ୍ରସନ୍ନ ଆଚାର୍ଯ୍ୟ ହେଲେ ବିରୋଧୀ ଦଳ ଉପନେତା । ସେହିଭଳି ପ୍ରମିଳା ମଲ୍ଲିକ ହେଲେ ବିରୋଧୀ ଦଳ ମୁଖ୍ୟ ସଚେତକ । ଏହା ସହ ପ୍ରତାପ ଦେବ୍ ହେଲେ ବିରୋଧୀ ଦଳ ଉପ-ମୁଖ୍ୟ ସଚେତକ ।।
ସୂଚନା ଥାଉକି, ଅପରାହ୍ନରେ ବସିଥିଲା ବିଜେଡି ବିଧାୟକ ଦଳ ବୈଠକ । କିଏ ହେବେ ବିରୋଧୀ ଦଳ ନେତା ସେ ନେଇ ବୈଠକ ଚାଲିଥିଲା ।।
ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବୈଠକ ବସିଥିଲା । ବୈଠକରେ ଦେବୀ ମିଶ୍ର, ସୁଲୋଚନା ଦାସ, ଅତନୁ ସବ୍ୟସାଚୀ ନାୟକ, ଦେବୀ ତ୍ରିପାଠୀ, ରାଜେନ୍ଦ୍ର ଢୋଲକିଆ, ଅଶୋକ ପଣ୍ଡା, ସଂଜୟ ଦାସବର୍ମା, ଶଶୀଭୂଷଣ ବେହେରା, ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଦେବ ଓ ପ୍ରମିଳା ମଲ୍ଲିକଙ୍କ ଭଳି ବରିଷ୍ଠ ନେତା ସାମିଲ୍ ହୋଇଥିଲେ ।।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ନିର୍ବାଚିତ କରିବା ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା । ଏହାସହ ବୈଠକରେ ବିଜେଡି ପରାଜୟର ବି କାରଣ ଖୋଜାହୋଇଥିଲା । ପରାଜୟ ପଇଁ କେଉଁ କେଉଁ ପ୍ରସଙ୍ଗ ଫ୍ୟାକ୍ଟର ହେବ ସେ ନେଇ ଆଲୋଚନା କରାଯାଇଛି ।।
ପ୍ରଥମ ଥର ପାଇଁ ବିଜେଡି ବିରୋଧୀ ଆସନରେ ବସିଛି । ଦୀର୍ଘ ୨୪ ବର୍ଷ କ୍ଷମତାରେ ବସିବା ପରେ ଏବେ ବିରୋଧୀ ଆସନକୁ ଆସିଛି ବିଜେଡି । ଆଉ ଶାସକ ଦଳକୁ ଚେକ୍ ଦେବାକୁ ଏବେ ପ୍ରସ୍ତୁତ ହେବ ରଣନୀତି ।।
Comments
Post a Comment