ମେଗା ପାନୀୟଜଳ ପ୍ରକଳ୍ପ ଅନିୟମିତତା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ବିଜୟ ଦଳବେହେରା

By - Sadashiba Panda  ,,    06:08 pm


ଗଡ଼ଜାତ ବ୍ୟୁରୋ (୨୦/୦୬) :  ମୋଗା ଜଳସେଚନ ପ୍ରକଳ୍ପ  -   ୨୨୫ କୋଟି ଟଙ୍କା
ବଡ଼ମ୍ବା-ନରସିଂହପୁର ଅଞ୍ଚଳର ୧୬୨ ରେଭିନ୍ୟୁ ଭିଲେଜର ୨୫,୦୦୦ ଏକର ଚାଷଜମିକୁ ଜଳସେଚନ ବ୍ୟବସ୍ଥା
ମେଗା ପାନୀୟଜଳ ପ୍ରକଳ୍ପ  -   ୨୭୩ କୋଟି ଟଙ୍କା , ୨୧୭.୭୧ କୋଟି ଟଙ୍କାରେ ଟେଣ୍ଡର ନେଇଥିଲା L&T
ଏଥିରେ ନରସିଂହପୁର ବ୍ଳକରେ ୩୫ ଟି ପଞ୍ଚାଯତର ୨୦୪ ଟି ଗାଁକୁ ଏବଂ ବଡ଼ମ୍ବା ବ୍ଲକରେ ୩୮ ଟି ପଞ୍ଚାଯତର ୨୨୭ ଟି ଗାଁକୁ ପାନୀୟଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିଲା । ମାତ୍ର ନିର୍ମାଣ ଅବଧି ଶେଷ ହେବାର ୦୫ ବର୍ଷ ବିତିଯାଇଥିଲେ ମଧ୍ୟ କରିପାରୁନାହିଁ ପ୍ରକଳ୍ପ କାର୍ଯ୍ୟ ।
ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେଉଥିବାରୁ ଗତ ୨୦୨୩ ମେ ମାସରେ କଟକ ଏଡିଏମ୍ ପୂର୍ଣ୍ଣଚନ୍ଦ୍ର ମିଶ୍ର ସ୍ଥିତି ପରଖିବା ସହ ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ପରାମର୍ଶ ଦେଇଥିଲେ । ଜୁନ ୨୦୨୩ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ବିଭାଗୀୟ ଯନ୍ତ୍ରୀ କାଳୁ ଚରଣ ବେହେରା ପ୍ରତିଶ୍ରୁତି ଦେଇଥିଲେ ।।
L&T କମ୍ପାନୀ ଟେଣ୍ଡର ପାଇଥିଲା
ଚୁକ୍ତି ଅନୁସାରେ ୨୦୧୬ ମସିହାରେ କାମ ଆରମ୍ଭ ହୋଇ ୨୦୧୮ ମସିହା ସୁଦ୍ଧା ଶେଷ ହେବାର ଥିଲା । କିନ୍ତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନପାରିବାରୁ ପୁଣି ଥରେ ଦୁଇ ବର୍ଷ ପାଇଁ ଅବଧି ବୃଦ୍ଧି କରି କାମ ଶେଷ କରିବାକୁ ଚୁକ୍ତି କରିଥିଲା କମ୍ପାନୀ । ହେଲେ ଅବଧି ଶେଷ ହେବାର ୦୫ ବର୍ଷ ପରେ ବି ନରସିଂହପୁର ବ୍ଳକରେ ପାଖାପାଖି ୧୫୦ ଗାଁ ଏବଂ ବଡ଼ମ୍ବା ବ୍ଳକରେ ପାଖାପାଖି ୮୦ ରୁ ଉର୍ଦ୍ଧ୍ୱ ଗାଁକୁ ଏପର୍ଯ୍ୟନ୍ତ ପାନୀୟଜଳ ଯୋଗାଇ ପାରିନାହିଁ କମ୍ପାନୀ ।
ସେପଟେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଅଧିକାଂଶ ସ୍ଥାନରେ ପାଇପ୍ ଲିକେଜ୍ ହୋଇ ରାସ୍ତାଘାଟରେ ପାଣି ବୋହୁଥିବା ଦେଖାଯାଉଛି । ବିଭିନ୍ନ ସ୍ଥାନରେ ରାସ୍ତା ତାଡ଼ି କମ୍ପାନୀ ପାଇପ୍ ବିଛାଇଥିଲେ ବି ମରାମତି କରୁନାହିଁ ତେଣୁ ଯାତାୟାତ ଅସୁବିଧା ହେଉଛି ।।
ଏଭଳି ଏକାଧିକ ଅନିୟମିତତା ଓ ମାତ୍ରାଧିକ ବିଳମ୍ବ ଭଳି ଦୀର୍ଘ ଦିନର ସମସ୍ୟା ଏବଂ ବୃହତ୍ତର ଜନସ୍ବାର୍ଥ ଦୃଷ୍ଟିରୁ ଗୁରୁତ୍ୱାରୋପ କରି ଯଥାଶୀଘ୍ର ସମ୍ଭବ ତ୍ବରିତ୍ ସମାଧାନ ପାଇଁ ଦାବି ଜଣାଇଛନ୍ତି ।।











Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......