ହଟିବ ବ୍ରିଟିଶ ଅମଳ ପୋଲିସ ଆଇନ ଜୁଲାଇ ୦୧ ରୁ ଲାଗୁ ହେବ ନୂଆ ଆଇନ !!!

By - Sadashiba Panda  ,,    12:25 am

ନୂଆଦିଲ୍ଲୀ (ଗଡ଼ଜାତ ବ୍ୟୁରୋ) :  ଏବେ ହେବ ନ୍ଯାୟ । ଲାଗୁ ହେବ ଭାରତୀୟ ନ୍ଯାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା । ହଟିବ ୧୫୦ ବର୍ଷର ବ୍ରିଟିଶ ଅମଳ ଆଇପିସି ଓ ସିଆରପିସି । ତଦନ୍ତରେ ବ୍ଯବହାର ହେବ ଟେକ୍ନୋଲଜି, ମାନବାଧିକାରର ସୁରକ୍ଷାକୁ ଦିଆଯିବ ଗୁରୁତ୍ବ । ନୂଆ କ୍ରିମିନାଲ ଲ’ କାର୍ଯ୍ଯକାରୀ ନେଇ ସବୁ ରାଜ୍ଯର ଡିଜିପି, ଗୃହ ସଚିବ, ମୁଖ୍ଯ ଶାସନ ସଚିବଙ୍କ ସହିତ କେନ୍ଦ୍ର ଗୃହ ସଚିବଙ୍କ ଆଲୋଚନା । ରାଜ୍ଯର ପୋଲିସ ଅଧିକାରୀଙ୍କୁ ମଧ୍ଯ ଦିଆଯାଇଛି ଟ୍ରେନିଂ । ଜୁଲାଇରୁ ନୂଆ ଧାରାରେ ରୁଜୁ ହେବ ମାମଲା ।।

ଜୁଲାଇ ପହିଲାରୁ ଦେଶର ଦଣ୍ଡବିଧାନ ବ୍ଯବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ । ଆଉ ରହିବ ନାହିଁ ୧୫୦ ବର୍ଷର ବ୍ରିଟିଶ ନିୟମ । ଉଠିଯିବ ଆଇପିସି, ସିଆରପିସି ଓ ଏଭିଡେନ୍ସ ଆକ୍ଟ । ଇଣ୍ଡିଆନ୍ ପେନାଲ୍ କୋଡ୍ ବଦଳରେ ଆସିବ ଭାରତୀୟ ନ୍ୟାୟ ସଂହିତା । କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଜିଓର ବଦଳରେ ଲାଗୁ ହେବ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ । ସେହିପରି ଇଣ୍ଡିଆନ୍ ଏଭିଡେନ୍ସ୍ ଆକ୍ଟ ପରିବର୍ତ୍ତେ କାର୍ଯ୍ଯକାରୀ ହେବ ‘ଭାରତୀୟ ସାକ୍ଷ୍ୟ ଅଧିନିୟମ’ । ପୂର୍ବରୁ ୫୧୧ ଟି ସେକ୍ସନ୍ ଥିବା ବେଳେ ଏବେ ୩୫୮ ଟି ସେକ୍ସନ୍ ରହିବ ଓ ୧୭୫ ଟି ସେକସନ୍ ସଂଶୋଧନ କରାଯିବ । ଜୁଲାଇରୁ ନୂଆ ଧାରାରେ ରୁଜୁ ହେବ ମାମଲା ।।

ଆଇପିସି, ସିଆରପିସି, ଏଭିଡେନ୍ସ ଆକ୍ଟକୁ ହଟାଇବାକୁ କେନ୍ଦ୍ର ସରକାର ୨୦୨୩ ଡିସେମ୍ବରରେ ସଂଶୋଧନ ପ୍ରସ୍ତାବ ଆଣିଥିଲେ । ଡିସେମ୍ବରରେ ସଂସଦରେ ସଂଶୋଧନ ହେବା ପରେ ଫେବୃଆରିରେ ବାହାରିଥିଲା ନୋଟିଫିକେସନ । କୁହାଯାଉଛି, ଆଗରୁ ଅପରାଧକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଏବେ ଫୋକସରେ ରହିବ ନ୍ୟାୟ । ନୂଆ ନିୟମ କାର୍ଯ୍ଯକାରୀ କରିବା ପାଇଁ କେନ୍ଦ୍ର ଗୃହ ସଚିବ ଏକ ବୈଠକ କରିଥିଲେ । ଯେଉଁଥିରେ ଯୋଗ ଦେଇଥିଲେ ମୁଖ୍ଯ ଶାସନ ସଚିବ, ଡିଜି ଓ ଗୃହ ସଚିବ । କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ପୋଲିସ ଅଫିସରଙ୍କୁ ଦିଆଯାଇଛି ଟ୍ରେନିଂ । ନୂଆ ନିୟମ କାର୍ଯ୍ଯକାରୀ କରିବାକୁ ଅତିରିକ୍ତ ଡିଜି କ୍ରାଇମଙ୍କ ଅଧ୍ଯକ୍ଷତାରେ ଏକ କମିଟି କରାଯାଇଥିବା ବେଳେ ଗୃହ ବିଭାଗ ଆଡିସିନାଲ ଚିଫ୍ ସେକ୍ରେଟାରୀଙ୍କ ଏକ ଷ୍ଟିଅରିଂ କମିଟି କରାଯାଇଛି ।।

ନୂଆ ଆଇନରେ ମାନବାଧିକାର ସୁରକ୍ଷା, ତଦନ୍ତରେ ଟେକ୍ନୋଲଜିର ବ୍ଯବହାରକୁ ଦିଆଯାଇଛି ଗୁରୁତ୍ବ । ଜୁଲାଇ ୦୧ ମଧ୍ୟରେ ଯେତିକି କେସ ରୁଜୁ ହୋଇଥିବ ତାହା ପୁରୁଣା ସିଆରପିସିରେ ବିଚାର କରାଯିବ । ତା’ପରର ମାମଲା ଭାରତୀୟ ନ୍ୟାୟ ସଂହିତା ଅନୁସାରେ ହେବ ।।

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......