ରହସ୍ୟମୟ ରତ୍ନ ଭଣ୍ଡାରକୁ ନେଇ କିଛି ଏମିତି କହିଛନ୍ତି ଐତିହାସିକ ଡଃ ସୁରେନ୍ଦ୍ର ମିଶ୍ର !!!!
By - Sadashiba Panda ,, 09:20 am
*୪୬ ସାମ୍ରାଜ୍ୟ ଜୟ କରିଥିଲେ ଗଜପତି ମହାରାଜ; କିନ୍ତୁ ରତ୍ନଭଣ୍ଡାରରେ ଅଛି ୩୬ ମୁକୁଟ*
ଗଜପତି ମହାରାଜା ବଂଗଦେଶରୁ କାବେରୀ ପର୍ଯ୍ୟନ୍ତ ଜୟ କରିଥିଲେ । ସେତେବେଳେ ଗଜପତି ମହାରାଜା ୪୬ ସାମ୍ରାଜ୍ୟ ଜୟ କରିଥିଲେ । ସେହି ହିସାବରେ ରତ୍ନଭଣ୍ଡାରରେ ୪୬ ଟି ମୁକୁଟ ରହିବା କଥା । ହେଲେ ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ତଥ୍ୟ ଅନୁସାରେ ତୃତୀୟ ରତ୍ନ ଭଣ୍ଡାରରେ ୩୬ ଟି ମୁକୁଟ ରହିଛି ବୋଲି କହିଛନ୍ତି ବିଶିଷ୍ଟ ଐତିହାସିକ ଡକ୍ଟର ସୁରେନ୍ଦ୍ର ମିଶ୍ର ।।
ତେବେ ୧୨ ଟି ମୁକୁଟ ସମ୍ପର୍କରେ ରବୀନ୍ଦ୍ର ନାରାୟଣ ମିଶ୍ର ଜାଣି ନଥିବା ସୁରେନ୍ଦ୍ର ମିଶ୍ର କହିଛନ୍ତି ।।
୪୬ ବର୍ଷ ପରେ ଖୋଲୁଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଏହାକୁ ନେଇ ଐତିହାସିକ ଡକ୍ଟର ମିଶ୍ର କହିଛନ୍ତି, ଯେଉଁ ୧୧ ଜଣିଆ କମିଟି ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି, ସେମାନେ ଭଣ୍ଡରର ସ୍ଥିତି ଓ ଅବସ୍ଥା ପରୀକ୍ଷା କରିପାରିବେ । କିନ୍ତୁ ଭଣ୍ଡାରରେ କ’ଣ ରହିଛି, ତାହାର ତାଲିକା କରିବା ସମ୍ଭବପର ନୁହେଁ । କାରଣ ୧୯୭୮ ମସିହାରେ ହୋଇଥିବା ଗଣତିରେ ୦୬ ଜଣ ଲୋକଙ୍କୁ ୭୧ ଦିନ ଲାଗିଥିଲା । ସେମାନେ ୫୯୮ ପ୍ରକାର ଅଳଙ୍କାରର ତାଲିକା କରିଥିଲେ । ଯେଉଁ ୫୯୮ ପ୍ରକାର ଅଳଙ୍କାରର ତାଲିକା ହୋଇଥିଲା, ତାହା ଚଳନ୍ତି ଭଣ୍ଡାର ଓ ଦ୍ୱିତୀୟ ଭଣ୍ଡାରରେ ଥିଲା ବୋଲି ଡକ୍ଟର ମିଶ୍ର କହିଛନ୍ତି ।।
ତୃତୀୟ ରତ୍ନଭଣ୍ଡାର ସମ୍ପର୍କରେ ଐତିହାସିକ ଡକ୍ଟର ସୁରେନ୍ଦ୍ର ମିଶ୍ର କହିଛନ୍ତି, ତୃତୀୟ ଭଣ୍ଡାର ସମ୍ପର୍କରେ ୧୯୮୫ ମସିହାରେ କାର୍ଯ୍ୟରତ ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର ସୂଚନା ଦେଇଥିଲେ । ତାଙ୍କ କହିବା ଅନୁସାରେ ତୃତୀୟ ରତ୍ନଭଣ୍ଡାରରେ ୩୪ ଟି ମୁକୁଟ ରହିଛି । ସେତେବେଳେ ସେ ଲିଖିତ ଭାବେ ତଥ୍ୟ ଦେଇଥିଲେ। ଯାହାର ତଥ୍ୟ ସର୍ବସାଧାରଣରେ ପ୍ରକାଶ ପାଇଥିଲା ।।
ସେହି ତଥ୍ୟକୁ ନେଇ ଗବେଷଣା କରାଯାଇଥିଲା । ଆଉ ଗବେଷଣା ବେଳେ ଜଣାପଡ଼ିଲା, ଗଜପତି ମହାରାଜା ବଂଗଦେଶରୁ କାବେରୀ ଦେଶ ପର୍ଯ୍ୟନ୍ତ ମୋଟ ୪୬ ଟି ସାମ୍ରଜ୍ୟରେ ବିଜୟବାନା ଉଡାଇଥିଲା । ତା’ହାହେଲେ ୪୬ ଟି ମୁକୁଟ ରହିବା କଥା । କିନ୍ତୁ ରତ୍ନଭଣ୍ଡାରରେ ୩୪ ଟି ମୁକୁଟର ରହିଥିବା ରବୀନ୍ଦ୍ର ନାରାୟଣ ମିଶ୍ର କହିଥିଲେ । ବାକି ୧୨ ମୁକୁଟ ସମ୍ପର୍କରେ ତାଙ୍କ ପାଖରେ କୌଣସି ତଥ୍ୟ ନଥିଲା ବୋଲି ସେ କହିଥିଲେ । ସେତେବେଳେ ସେହି ମୁକୁଟର ମୂଲ୍ୟାୟନ କରିବାକୁ ଚେଷ୍ଟା କରାଯାଇଥିଲା । ଜହୁରୀମାନଙ୍କୁ ଡାକା ଯାଇଥିଲା । ହେଲେ ମୁକୁଟ ଗୁଡ଼ିକର ମୂଲ୍ୟାୟନ କରିବା ସମ୍ଭବ ହୋଇ ନଥିବା ଐତିହାସିକ ଡକ୍ଟର ମିଶ୍ର କହିଛନ୍ତି ।।
ଡକ୍ଟର ମିଶ୍ର ଆହୁରି ମଧ୍ୟ କହିଛନ୍ତି, ସେତେବେଳେ ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିଲେ । ତଥ୍ୟ ଅନୁସାରେ ରତ୍ନ ଭଣ୍ଡାର ଉପରକୁ ଯେତିକି ଅଛି, ତଳକୁ ସେତିକି ରହିଛି । ସେତେବେଳେ ଜଣେ ବ୍ୟକ୍ତିଙ୍କୁ ଶିକାରେ ବସାଇ ତଳ ରତ୍ନଭଣ୍ଡାରକୁ ପଠା ଯାଇଥିଲା । କିଛି ସମୟ ପରେ ଶିକା ହାଲୁକା ଲାଗିଥିଲା । ତା’ପରେ ଏହାକୁ ଉପରକୁ ଆଣିଲା ବେଳେ ଶିକାରେ ଥିବା ଦୁହୁଡି(ମଶାଲ) ଲିଭି ଯାଇଥିଲା ଓ ୦୨ ରୁ ୦୩ ଟି ପାରା ମରି ପଡ଼ିଥିବା ଦେଖିବାକୁ ମିଳିଥିଲା । ହେଲେ ଶିକାରେ ତଳକୁ ଯାଇଥିବା ବ୍ୟକ୍ତି ଜଣଙ୍କ ନଥିଲେ । ଯାହାକୁ ନେଇ ସମସ୍ତେ ଭୟଭୀତ ହୋଇପଡ଼ିଥିଲେ । ତେଣୁ ଆଉ ରତ୍ନଭଣ୍ଡାର ଭିତରକୁ କେହି ଗଲେନାହିଁ ବୋଲି ରବୀନ୍ଦ୍ର ନାରାୟଣ ମିଶ୍ର କହିଥିବା ନେଇ ଡକ୍ଟର ମିଶ୍ର ସୂଚନା ଦେଇଛନ୍ତି ।।
ରତ୍ନଭଣ୍ଡାର ରହସ୍ୟମୟ । କାରଣ ମୋଗଲମାନେ ୦୪ ଦ୍ୱାର ବନ୍ଦ କରି ୦୪ ମାସରୁ ଅଧିକ ସମୟ ଧରି ଶ୍ରୀମନ୍ଦିର ଭିତରେ ରହିଥିଲେ । ସେତେବେଳେ ସେମାନେ ମଧ୍ୟ ରତ୍ନଭଣ୍ଡାର ସୁରାକ ପାଇନଥିଲେ । ସେମାନେ କେବଳ ଚଳନ୍ତି ରତ୍ନଭଣ୍ଡାର ଲୁଟିବାରେ ସମର୍ଥ ହୋଇଥିଲେ । ସେତେବେଳେ ସେମାନେ ଭିତର, ତଳ ଓ ଉପର ରତ୍ନଭଣ୍ଡାର ସମ୍ପର୍କରେ ସାମାନ୍ୟତମ ସୁରାକ ପାଇନଥିଲେ ।।
ମୋଗଲମାନେ ଯାହା ଯାହା ଲୁଟୁଥିଲେ, ତାକୁ ସବୁ ନେଇ ଦିଲ୍ଲୀ ଦରବାରରେ ଭେଟି ଦେଇଥିଲେ । ଯାହାର ଲିଖିତ ତଥ୍ୟ ଇତିହାସରେ ରହିଛି । କିନ୍ତୁ ସେମାନେ ସେହି ତାଲିକାରେ ତୃତୀୟ ଓ ତଳ ରତ୍ନଭଣ୍ଡାର ସମ୍ପର୍କରେ କୌଣସି ତଥ୍ୟ ଦେଇନାହାନ୍ତି । ଏପରିକି ଦ୍ୱିତୀୟ ରତ୍ନଭଣ୍ଡାର ସମ୍ପର୍କରେ ତଥ୍ୟ ମଧ୍ୟ ଦେଇନାହାନ୍ତି । ତେଣୁ ଆଜି ଯାଇଥିବା କମିଟିର ସଦସ୍ୟମାନେ କେବଳ ତାଲିକା ଅନୁସାରେ ଦ୍ୱିତୀୟ ରତ୍ନଭଣ୍ଡାର ସ୍ଥିତି ପରୀକ୍ଷା କରିପାରିବେ ।।
ସ୍ୱଳ୍ପ ସମୟ ଭିତରେ ଜିନିଷ ମିଳାଇବା ସମ୍ଭବ ନୁହେଁ । ତୃତୀୟ ରତ୍ନଭଣ୍ଡାର ଖୋଲିବା ପାଇଁ ଅନୁମତି ପାଇଛନ୍ତି କି ନାହିଁ ତାହା ମଧ୍ୟ ସନ୍ଦେହ । ତେଣୁ ସେମାନେ ତୃତୀୟ ରତ୍ନଭଣ୍ଡାରକୁ ଯାଇପାରିବେ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।।
Comments
Post a Comment