ଆଜି ହେଉଛି ହରିଶୟନ ଏକାଦଶୀ , କ'ଣ ରହିଛି ମହାତ୍ମ୍ୟ !!!!

By - Sadashiba Panda  ,,    12:50 pm

*ଆଜି ହେଉଛି ପବିତ୍ର ହରିଶୟନ ଏକାଦଶୀ, ହିନ୍ଦୁ ଧର୍ମରେ କଣ ରହିଛି ଏହି ଦିନର ମହତ୍ୱ…......*
ଦେବଶୟନ ଏକାଦଶୀ ବା ଆଷାଢ଼ୀ ଏକାଦଶୀ ର ସନାତନ ଧର୍ମରେ ଅନେକ ମହତ୍ୱ ରହିଛି l ଏହିଦିନ ଠାରୁ ଭଗବାନ ବିଷ୍ଣୁ ଚାରିମାସ ପାଇଁ ଯୋଗନିଦ୍ରା ରେ ଯାଇ ଥାଆନ୍ତି l ଅର୍ଥାତ ଭଗବାନ ବିଷ୍ଣୁ ଙ୍କର ଶୟନ କାଳ ଆରମ୍ଭ ହୋଇଯାଇ ଥାଏ ତେଣୁ ଏହାକୁ ଦେବ ଶୟନ ଏକାଦଶୀ ବୋଲି କୁହାଯାଇ ଥାଏ l ଏହିଦିନ ଠାରୁ ଚତୁର୍ମାସ୍ୟା ମଧ୍ୟ ଆରମ୍ଭ ହୋଇଯାଇ ଥାଏ ଏବଂ ସମସ୍ତ ମାଙ୍ଗଳିକ କାର୍ଯ୍ୟ ବନ୍ଦ ହୋଇଥାଏ l
.– ଧାର୍ମିକ ମାନ୍ୟତା ଅନୁସାରେ ଏହିଦିନ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ପୂଜନ କରିବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ, ଏବଂ ସୁଖ ସମୃଦ୍ଧିର ମଧ୍ୟ ବୃଦ୍ଧି ହୋଇଥାଏ l

– ଶାସ୍ତ୍ର ଅନୁସାରେ ଏହିଦିନ ଠାରୁ ଜଗତର ପାଳନ କର୍ତା କ୍ଷୀର ସାଗରରେ ଅନନ୍ତ ଶୟନ ରେ ବିଶ୍ରାମ କରି ଥାଆନ୍ତି, ତେଣୁ ଏହିଦିନ ପ୍ରଭୁଙ୍କୁ ଦୁଗ୍ଧ ସମର୍ପିତ କରିବା ଜରୁରୀ ଅଟେ l

– ଯେଉଁ ଚାରିମାସ ବିଷ୍ଣୁ ଯୋଗ ନିଦ୍ରାରେ ଯାଇ ଥାଆନ୍ତି ସେହି ସମୟରେ ସଂସାରର ପାଳନ ଦାୟିତ୍ୱ ମହାଦେବ ଙ୍କ ଉପରେ ରହିଥାଏ, ତେଣୁ ଆଜିର ଦିନରେ ମହାଦେବ ଙ୍କୁ ମଧ୍ୟ ଅଭିଷେକ କରିବା ଜରୁରୀ l

– ଯଦି କୌଣସି ବ୍ୟକ୍ତି ଜୀବନ ରେ ସୁଖ ସମୃଦ୍ଧି ପାଇଁ ଏକାଦଶୀ ବ୍ରତ କରିବାକୁ ଚାହୁଁଛନ୍ତି ତେବେ ଆଜିର ଦିନରୁ ଆରମ୍ଭ କରିପାରିବେ l ଏବଂ ଏଥିପାଇଁ ଭଗବାନ ବିଷ୍ଣୁଙ୍କୁ ଆରାଧନା କରି ଜଳ ଓ ଦୁଗ୍ଧ ଅର୍ପଣ କରନ୍ତୁ l

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......