ଆଳୁ ଦର ଆକାଶଛୁଆଁ ! ଆମଦାନୀ ଅଭାବରୁ ଅହେତୁକ ଦରବୃଦ୍ଧି !!!

By - Sadashiba Panda  ,,    07:30 pm

ଗଡ଼ଜାତ ବ୍ୟୁରୋ (୨୬/୦୭) : ଓଡ଼ିଶା ସୀମାରେ ଅଟକିଥିବା ଆଳୁ ଟ୍ରକ ପଶ୍ଚିମବଙ୍ଗ ଫେରିଗଲା । ଶତାଧିକ ଆଳୁ ଟ୍ରକ ରପ୍ତାନୀ ଅନୁମତି ନପାଇ ପଛକୁ ଫେରିଗଲେ । ତେବେ ହଠାତ ଦିଦି ନିର୍ଦ୍ଦେଶ ଦେଲେ ଆଳୁ ଅନ୍ୟ ରାଜ୍ୟକୁ ଯିବ ନାହିଁ । ଆଉ ଏ ହେଉଛି ତାପରର ଦୃଶ୍ୟ । ଓଡିଶା-ପଶ୍ଚିମବଙ୍ଗ ସୀମା ବାଲେଶ୍ବର ଜିଲ୍ଲା ଲକ୍ଷ୍ମଣନାଥ ଟୋଲଗେଟରେ ଆଳୁ ଗାଡି ଦୀର୍ଘ ସମୟ ଛିଡା ହେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏସମସ୍ତ ଗାଡି ଓଡିଶା ଓ ଆନ୍ଧ୍ରକୁ ଯିବା ବଦଳରେ ପୁଣି ନିଜ ରାଜ୍ୟକୁ ଫେରି ଯାଉଛି । ଆଳୁ ପାଇଁ ପଡୋଶୀ ପଶ୍ଚିମବଙ୍ଗ ଉପରେ ଓଡିଶା ଅଧିକ ନିର୍ଭର କରିଥାଏ । ଏଇ ବାଟ ଦେଇ ପ୍ରତିଦିନ ଶହ ଶହ ଆଳୁ ଟ୍ରକ ଓଡିଶାକୁ ଆସେ କିନ୍ତୁ ଗୁରୁବାର ରାତିରୁ ଏମିତି ଧାଡି କି ଧାଡି ଠିଆ ହୋଇଛି ଶହ ଶହ ଆଳୁ ବୋଝେଇ ଟ୍ରକ ।।
ଗତ ୫ ଦିନ ଧରି କଟକ ଛତ୍ର ବଜାରକୁ ଆଳୁ ଟ୍ରକ୍ ଆସିନି । ପ୍ରତିଦିନ କଟକ ଛତ୍ରବଜାରରୁ ୮ ରୁ ୯ ଟ୍ରକ୍‌ ଆଳୁ ଆସିଥାଏ । ଆଜି ଗୋଟିଏ ଟ୍ରକ୍‌ ଆସିଛି । ଫଳରେ ଆଳୁ ନେବାକୁ ଛତ୍ରବଜାରରେ ବ୍ୟବସାୟୀଙ୍କ ମଧ୍ୟରେ ପ୍ରବଳ ଭିଡ଼ ସାଙ୍ଗକଚ ଛକାପଞ୍ଝା ଦେଖିବାକୁ ମିଳିଥିଲା ।।

କିଛି ଦିନ ପୂର୍ବେ କିଲୋ ପିଛା ୩୫ ଟଙ୍କାରେ ମିଳୁଥିବା ବେଳେ ଏବେ ତାହା ୫୦ ଟଙ୍କାରେ ପହଞ୍ଚିଛି । ଛତ୍ରବଜାରରେ ଆଳୁ କିଲୋ ପିଛା ୫୦ ଟଙ୍କା ଥିବା ବେଳେ ଖୁଚୁରା ମାର୍କେଟରେ ତାହା ୬୦ ଟଙ୍କାରେ ବିକ୍ରି ହେଉଥିବା କହିଛନ୍ତି ବ୍ୟବସାୟୀ ।।

ଆଳୁର ଏ ଅହେତୁକ ଦର ବୃଦ୍ଧି ପରେ ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱର ଆଇଗିଣିଆ ଆଳୁ ଗୋଦାମକୁ ଯାଇ ସ୍ଥିତି ଯାଞ୍ଚ୍ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ଏବେ ଯେତିକି ଆଳୁ ମହଜୁଦ ଅଛି, ତାହା ସାତ ଦିନ ଯାଏଁ ରାଜ୍ୟରେ ଆଳୁ ଚାହିଦାକୁ ପୂରଣ କରିପାରିବ । ଆବଶ୍ୟକ ପଡ଼ିଲେ ଉତ୍ତରପ୍ରଦେଶରୁ ଆମଦାନୀ କରାଯିବ ।।
କଳାବଜାରୀ କଲେ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ ପାତ୍ର । ସ୍ଥିତିର ସମୀକ୍ଷା ନିମନ୍ତେ ଆଜି ଅପରାହ୍ନ ୩ଟା ବେଳେ ଜରୁରୀ ବୈଠକ ବସିବା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ।।

ଅପରପକ୍ଷେ, ଓଡ଼ିଶାକୁ ଆଳୁ ଦେବାକୁ ବାରଣ କରିଛନ୍ତି ପଶ୍ଚିବଙ୍ଗ ସରକାର । ଆଳୁ ଟ୍ରକକୁ ସୀମା ପାର କରାଇ ଦେଉନି ପଶ୍ଚିମବଙ୍ଗ ପୁଲିସ । ପଶ୍ଚିମଙ୍ଗରେ ଏଥର ଆଳୁ ଉତ୍ପାଦନ ଆବଶ୍ୟକ ମୁତାବକ ହୋଇ ନ ଥିବା ବେଳେ ନିଜ ଆବଶ୍ୟକତା ମେଣ୍ଟାଇବାକୁ ଆଳୁ ବାହାରକୁ ଛାଡ଼ୁ ନାହାନ୍ତି ସେଠାକାର ସରକାର ।।

ଫଳରେ ଶତାଧିକ ଟ୍ରକ ଏବେ ଓଡ଼ିଶା ପଶ୍ଚିମବଙ୍ଗ ସୀମା ବାଲେଶ୍ୱର ଜିଲ୍ଲା ଲକ୍ଷ୍ମଣନାଥ ଟୋଲ୍ ଗେଟ୍‌ରେ ଅଟକି ରହିଛି । ପଶ୍ଚିମବଙ୍ଗ ପଟେ ସବୁ ଟ୍ରକ୍ ଗତକାଲି ରାତିରୁ ଛିଡ଼ା ହୋଇଛି । ଓଡ଼ିଶା ଆସିବାକୁ ଅନୁମତି ମିଳୁ ନ ଥିବାରୁ ସେଠାରେ ସେମିତି ଗାଡ଼ି ଅଟକି ରହିଛି । ପଶ୍ଚିମବଙ୍ଗରେ ଆଳୁ ବ୍ୟବସାୟୀ ବିଭିନ୍ନ ଦାବି ନେଇ ଧର୍ମଘଟକୁ ଓହ୍ଲାଇଛନ୍ତି ।।

* ଅଧିକ ଖବର ପଢ଼ିବା/ଦେଖିବା ପାଇଁ ଫେସବୁକ ୟୁଟ୍ୟୁବରେ ଲାଇକ୍ ଫଲୋ ଏବଂ ସବସ୍କ୍ରାଇବ୍ କରନ୍ତୁ -
youtube.com/gadajatnews
facebook.com/gadajatnews
twitter.com/gadajatnews
WhatsApp on - 9778930154/9439015154

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......