ଜାତୀୟ ହସ୍ତତନ୍ତ ଦିବସରେ ପୁରସ୍କୃତ ହେଲେ ଧଳାପଥର ଗ୍ରାମର ସୁରେଶ ରାଉତ

By - Sadashiba Panda  ,,    11:25 am

କଳାପଥର (ଗଡ଼ଜାତ ବ୍ୟୁରୋ): ଜାତୀୟ ହସ୍ତତନ୍ତ ଦିବସ ଉପଲକ୍ଷେ ଉତ୍କର୍ଷ କଳାକୃତୀ ଯୋଗୁ ପୁରସ୍କୃତ ହୋଇଛନ୍ତି ଧଳାପଥର ଗ୍ରାମର ବୁଣାକାର ସୁଶାନ୍ତ କୁମାର ରାଉତ । ସୁରେଶଙ୍କୁ ୨୦୨୪-୨୫ ବର୍ଷ ପାଇଁ ପୁରସ୍କୃତ କରାଯାଇଛି । ବୁଣାକାର ସୁରେଶ ଏବଂ ତାଙ୍କ ପିତା ବ୍ରଜବନ୍ଧୁ ନିଜ ଘରେ ହସ୍ତତନ୍ତରେ ପରଦା ତିଆରି କରି ବେଶ ପ୍ରସିଦ୍ଧ ଲାଭ କରିଛନ୍ତି । ଜାତୀୟ ପୁରସ୍କାର ପାଇଥିବା ନେଇ ଆଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ଉତ୍କର୍ଷ କଳାକୃତିରେ ଅର୍ଘ୍ୟ, ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ତାଜ ମହଲ, ଦେବଦାସୀ ଆଦି ଆମ୍ପୁଡା ଓ ବୁଟି ଦ୍ବାରା ବୁଣାଯାଉଥିବା ଦେଖିବାକୁ ମିଳିଛି । ଏହି ଅବସରରେ ସୁରେଶ କହିଛନ୍ତି ଆର୍ଥିକ ଅଭାବ ଯୋଗୁ ବଜାର ଚାହିଦା ଅନୁସାରେ ଅଧିକ ପରଦା ପ୍ରସ୍ତୁତ ହୋଇପାରୁନାହିଁ । ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଓ ନୂତନ ବୁଣାକାର ମାନଙ୍କୁ ତାଲିମ ଦିଆଗଲେ ଏହାକୁ ବ୍ୟାପକ କରାଯାଇପାରନ୍ତା । ଓଡିଶା ବୟନ ଶିଳ୍ପ କ୍ଷେତ୍ରରେ ଧଳାପଥର ଗ୍ରାମର ବୁଣାକାର ମାନେ ହସ୍ତତନ୍ତରେ ବୁଣୁଥିବା ପରଦାକୁ ନେଇ ଜିଆଇ ମାନ୍ୟତା ପାଇଥିଲେ । ହେଲେ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ପରଦା ତିଆରି କାର୍ଯ୍ୟରୁ ବୁଣାକାର ବିମୁଖ ହୋଇଥିଲେ । ଏଭଳି କ୍ଷେତ୍ରରେ ସୁରେଶ ତାଙ୍କ ବାପା ବ୍ରଜବନ୍ଧୁ ରାଉତଙ୍କ ସହିତ ଏହି ସ୍ବତନ୍ତ୍ର କଳାକୁ ୩୦ ବର୍ଷ ଧରି କରି ଆସୁଛନ୍ତି । ଜାତୀୟ ହସ୍ତତନ୍ତ ଦିବସରେ ବୟନ ଶିଳ୍ପ ସୌଜନ୍ୟତାରେ ପୁରସ୍କାର ପାଇବାରେ ସୋଭାଗ୍ୟ ଅର୍ଜନ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ସୁରେଶ ।।


ଅଧିକ ଖବର ପଢ଼ିବା ଦେଖିବା ପାଇଁ ଫେସବୁକ ୟୁଟ୍ୟୁବରେ ଲାଇକ୍ ଫଲୋ ଏବଂ ସବସ୍କ୍ରାଇବ୍ କରନ୍ତୁ ଗଡ଼ଜାତ ନ୍ୟୁଜ

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......